ପୁଅର ନ୍ୟାୟ ସହ କ୍ଷତିପୂରଣ ଦାବୀ ନେଇ ପରିବାର ପକ୍ଷରୁ ଦୀର୍ଘ ୮ଘଣ୍ଟା କଳା ରାସ୍ତା ଅବରୋଧ : ଯାତାୟତରେ ବାଧାପ୍ରାପ୍ତ I
ଅତିରିକ୍ତ ମଜିଷ୍ଟେଟ୍ ଏବଂ ବିଡ଼ିଓ ପରିବାର ଲୋକଙ୍କୁ ପୁଝାସୁଝା ପାଇଁ ଥାନାରେ I
ଘଟଣାର ଉଗ୍ରରୂପ ପରେ ଥାନା ଏବଂ ପୋଲିସ ଉପରେ ପଥର ମାଡ଼ I
ଥୁଆମୁଳ ରାମପୁର,୦୪/୦୪-(ଦୁର୍ଗା କୀର୍ତ୍ତି):- ବାଇକ୍ ଦୁର୍ଘଟଣାରେ ମୃତ୍ୟୁବରଣ ଓ ଗୁରୁତ୍ୱ ଆହତ ଯୁବକଙ୍କ ପରିବାର ଲୋକେ କ୍ଷତିପୂରଣ ଦାବିନେଇ ଶୁକ୍ରବାର ଅପରାହ୍ନ ଦିନ ୧ ଘଣ୍ଟା ଠାରୁ ସନ୍ଧ୍ୟା ୮ ଘଣ୍ଟା ସମୟ ଦୀର୍ଘ ୭ ରୁ ୮ ଘଣ୍ଟା ପର୍ଯ୍ୟନ୍ତ ଥାନା ଘେରାଓ ରାସ୍ତା ରୋକ କରିଥିବା ଜଣାପଡିଛି । ଫଳରେ ଥୁଆ ମୂଳ ରାମପୁର – ଭବାନିପାଟଣା – କଲମପୁର – କାଶିପୁର କୁ ଗାଡିମଟର ଯାତାୟାତ ଠଫ୍ ସହ ଅନେକ ପଥଚାରୀ ନାହିନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଜଣାପଡିଛି l ସୂଚନା ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ ଦାବିରିଗୁଡା ଗ୍ରାମର ମଣ୍ଟୁ ନାଏକ (୨୩) ଏବଂ ଉମାଶଙ୍କର ନାଏକ (୨୫) ଦୁହେଁ ହିରୋ ଏଚଏଫ ଡିଲକ୍ସ ଓଡି୦୮କେ ୬୧୮୦ ଓ ଡୁମେରପଦର ଗ୍ରାମର ଫିରୋଜ ନାଏକ ଏବଂ ଦୀପେନ୍ଦ୍ର ନାଏକ ଦୁହେଁ କେଟିଏମ୍ ଗାଡି ନମ୍ବର ଓଡି୦୮ଏମ୧୩୯୭ ବିଶିଷ୍ଟ ବାଇକ୍ ଚାଳକ ନିଜ ନିଜ ଘରକୁ ଯାଉଥିବା ବେଳେ ଗତ ରବିବାର ଦିନ ଲାଠିଆଗୁଡ଼ା ଛକ ନିକଟରେ ଦୁର୍ଘଟଣା ହୋଇଥିଲା ଫଳରେ ଡୁମେରପଦର ଗ୍ରାମ ଫିରୋଜ ଡାକ୍ତରଖାନାରେ ଚିକତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ବେଳେ ଦୀପେନ୍ଦ୍ର ଗୁରୁତର ଆହତ ହୋଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି l

ସେମାନଙ୍କ କ୍ଷତିପୂରଣ ଦାବିନେଇ ପରିବାର ଲୋକେ ଏବଂ ଡୁମେର ପଦର ଗ୍ରାମର ଶହ ଶହ ଲୋକ ଥୁଆମୁଳ ରାମପୁର ଥାନା ଘେରାଓକରି ରାସ୍ତା ଅବରୋଧ କରିଥିଲେ l ଫଳରେ ଘଟଣାଟି କୌଣସି ସମାଧାନ ନହେବାରୁ ଏହି ଘଟଣାର ଉଗ୍ରରୂପ ଧାରଣ କରିଥିଲା l ଏହାକୁ ନେଇ ଥୁଆମୂଳ ରାମପୁର ଥାନା ଅଧିକାରୀ କୈବଲ୍ୟ ସେଠ୍ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଅବଗତ କରାଇବା ପରେ ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଅତିରିକ୍ତ ମଜିଷ୍ଟେଟ (ତହସିଲଦାର) ନିଜୋର୍ କୁମାର ଭତ୍ରା ଏବଂ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି ଥାନାରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରୁଥିଲେ ଠିକ୍ ସେତିକି ସମୟରେ କୌଣସି ସମାଧାନ ନ ହୋଇ ଘଟଣା ଟି ଉଗ୍ରରୂପ ନେଇଥିଲା ଏବଂ ପ୍ରତିବାଦ କାରିମନେ ଥାନା ଉପରକୁ ପଥର ମାଡ଼ କରିଥିଲେ l

ଫଳରେ ଜଣେ ଏସଆଇ ଏବଂ ଜଣେ କନେଷ୍ଟବଳଙ୍କ ଉପରେ ପଥର ବାଜିଥିବାବେଳେ ଥାନା ମୁଖ୍ୟ ଫାଟକ ଏବଂ ଥାନା ର ଝରକାରେ ପଥର ବାଜି ଅଳ୍ପକେ ବର୍ତ୍ତିଲେ ଅନ୍ୟାନ୍ୟ ପୋଲିସ ଅଧିକାରୀ l ଅନ୍ୟପଟେ ପଥର ମାଡ଼ କରୀମାନଙ୍କୁ ପୋଲିସ ଘୋଉଡେଇ ଥିବା ସୂଚନା ମିଳିଛି l