ପୁଣି ଖୋଲିବ ରାଜ୍ୟରେ ବନ୍ଦ ହୋଇପଡ଼ିଥିବା ସ୍କୁଲ-ଗଣଶିକ୍ଷା ମନ୍ତ୍ରୀ

ଶୁକ୍ରବାର ବିଧାନସଭାରେ ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ଖୋଲିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତାଙ୍କ ଉତ୍ତର ରଖିଛନ୍ତି। ବନ୍ଦ ଥିବା ସ୍କୁଲକୁ ପୁଣି ଖୋଲାଯିବ। ସିଡ୍ୟୁଲ୍ ଅଞ୍ଚଳରେ ସର୍ବନିମ୍ନ ୪୦ ଜଣ ପିଲା ଥିଲେ, ସ୍କୁଲ ଖୋଲିବାର ବ୍ୟବସ୍ଥା ରହିଛି। ତେଣେ ନନ୍ ସିଡ୍ୟୁଲ୍ ଅଞ୍ଚଳରେ ସର୍ବନିମ୍ନ ୨୦ ଜଣ ପିଲା ଥିଲେ, ସ୍କୁଲ ଖୋଲାଯିବ। ଏବେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜ ଗୁଡିକରେ ୭୭,୭୨୨ ଛାତ୍ରୀ ପଢୁଛନ୍ତି । ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଓ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ବ୍ୟତୀତ ୧୫ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜରେ ୨୦୫୪୦ ଛାତ୍ରୀଙ୍କ ପାଇଁ ହଷ୍ଟେଲ୍ ବ୍ୟବସ୍ଥା ଅଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ୍‌ ଛାତ୍ରୀ ହଷ୍ଟେଲ୍‌ ପାଇଁ ୯ କୋଟି ୬୦ ଲକ୍ଷ ୮ ହଜାର ୪୦୦ଟଙ୍କା, ଉତ୍କଳ ବିଶ୍ଵବିଦ୍ୟାଳୟ ଲେଡିଜ୍‌ ହଷ୍ଟେଲ୍‌ ନବୀକରଣ ପାଇଁ ୫ କୋଟି ୬ ଲକ୍ଷ ୯୪ ହଜାର, ରମାଦେବୀ ବିଶ୍ୱବିଦ୍ୟାଳୟ ଅନନ୍ୟା ହଷ୍ଟେଲ୍ ପାଇଁ ୧ କୋଟି ୪୬ ଲକ୍ଷ ୩ ହଜାର ୫୦୦, ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ SC, ST ଲେଡିଜ୍ ହଷ୍ଟେଲ୍‌ର ୩୦୦ ଶଯ୍ୟା ପାଇଁ ୮ କୋଟି ୩୬ ଲକ୍ଷ ୬୪ ହଜାର ୪୦୦, ଧରଣୀଧର ବିଶ୍ୱବିଦ୍ୟାଳୟର ୩୦୦ ଶଯ୍ୟା ପାଇଁ ୧୧ କୋଟି, ଖଲ୍ଲିକୋଟ ୟୁନିଟାରୀ ପିଜି ହଷ୍ଟେଲ୍‌ର ମରାମତି ପାଇଁ ୩୧ ଲକ୍ଷ ୮୩ ହଜାର ୫ଶହ ଟଙ୍କାର ବ୍ୟବସ୍ଥା କରାଯାଇଛି ।

Ad 13