ପୁଣି ବଜ୍ରପାତ ନେଲା ଆଉ ଏକ ଜୀବନ: ଦୁଇଦିନରେ ଗଲାଣି ଦୁଇଟି ଅମୂଲ୍ୟ ଜୀବନ I

ମେଡ଼ିକାଲ ରେ ତହସିଲଦାର ଏବଂ ଜନପ୍ରତିନିଧି ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି l

ଥୁଆମୂଳ ରାମପୁର,୧୪/୦୫-(ଦୁର୍ଗା କୀର୍ତ୍ତି) :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ବଜ୍ରପାତରେ ୨ ଦିନ ମଧ୍ୟରେ ଗଲାଣି ଦୁଇଟି ଅମୂଲ୍ୟ ଜୀବନ l ଗତ ମଙ୍ଗଳବାର ଅପରାହ୍ନରେ ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳର ପୋଡାପଦର ପଞ୍ଚାୟତ ସ୍ଥିତ ତଳଟେମରା ଗାଁର ମାଦାନ ମାଝୀଙ୍କ ଝିଅ ସବିତା ମାଝୀ (୯) ବଜ୍ରପାତରେ ମୃତ୍ୟୁ ହୋଇଥିବା ବେଳେ ଉକ୍ତ ଗ୍ରାମର ବାରୁ ମାଝୀଙ୍କ ୧୧ ବର୍ଷୀୟା ଝିଅ ଲିଙ୍ଗାଇ ମାଝୀ ଗୁରୁତ୍ୱର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ପାଇ ଘରକୁ ଫେରିଥିବା ବେଳେ ପୁଣି ବୁଧବାର ଦିନ ସକାଳ ପାଖାପାଖି ୧୧.୩୦ ସମୟରେ ବାଗଡିଆଣୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଏଲ୍ ଜାମଗୁଡା ଗ୍ରାମରେ ବଜ୍ରପାତରେ ଆଉ ଏକ ଜୀବନ ଯାଇଛି l

ସୂଚନା ମୁତାବକ ମଙ୍ଗଳବାର ତଳଟେମରା ଗାଁର ମାଦାନ ମାଝୀଙ୍କ ଝିଅ ସବିତା ମାଝୀ ଏବଂ ବୁଧବାର ଏଲ୍ ଜାମଗୁଡା ଗାଁ ର ବାହାଦୁର ମାଝୀଙ୍କ ସ୍ତ୍ରୀ ପାଙ୍ଗି ମାଝୀ (୫୫)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଥିବା ବେଳେ ଗ୍ରାମର ସୁନାସିଂ ମାଝୀଙ୍କ ଦୁଇ ପୁଅ ଉମାଶଙ୍କର ମାଝୀ (୧୬) ଏବଂ ମିଶ୍ରା ମାଝୀ (୧୦) ଗୁରୁତର ଆହତ ଚିକିତ୍ସିତ ହେଉଛନ୍ତି l ପ୍ରାପ୍ତ ସୂଚନାରୁ ଜଣାଯାଏ ଯେ ଏଲ୍ ଜାମଗୁଡା ଗ୍ରାମର ଏହି ମୃତ ମହିଳା ଏବଂ ଆହତ ଦୁଇ ବାଳକ ଗ୍ରାମର ଲିଟି ପଡ଼ା ଆମ୍ବ ତୋଟା କୁ ଆମ୍ବ ସଂଗ୍ରହ କରୁଥିବା ବେଳେ ହଠାତ୍ କାଳବୈଶାଖୀ ସହିତ ପ୍ରବଳ ପବନ ବୋହି ଆମ୍ବ ଗଛରେ ବଜ୍ରପାତ ହୋଇଥିଲା ଏହାର ପ୍ରଭାବରେ ଘଟଣା ସ୍ଥଳରେ ବାହାଦୁର ମାଝୀଙ୍କ ସ୍ତ୍ରୀ ପାଙ୍ଗି ମାଝୀ ମୃତ୍ୟୁବରଣ କରିଥିଲେ l ଗ୍ରାମ ଲୋକେ ଏସବୁ ଜାଣି ସଙ୍ଗେ ସଙ୍ଗେ ଥୁଆମୁଳ ରାମପୁର ଅଗ୍ନିଶମ ବିଭାଗ ଏବଂ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ l ଖବର ପାଇ ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସ ଘଟଣ ସ୍ଥଳରେ ପହଞ୍ଚି ମୃତ ମହିଳା ଏବଂ ଆହତ ଙ୍କୁ ଉଦ୍ଧାର କରି ଥୁଆମୁଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଯାଇଥିଲେ l ସେଠାରେ ଗୁରୁତର ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ସ୍ଥାନୀୟ ତହସିଲଦାର ନିରୋଜ କୁମାର ଭତ୍ରାଙ୍କ ସମେତ ବିଧାୟକ ପ୍ରତିନିଧି ମାଣିକ୍ଯ ଚନ୍ଦ୍ର ନାଏକ, ବିଜେପି ନେତା ବିପିନ ବିହାରୀ ନାଏକ, ମଣ୍ତଳ ସଭାପତି ଦୟାନିଧି ଭୋଇ ମଧ୍ୟ ଉପସ୍ଥିତ ରହି ମୃତ ପରିବାର ଙ୍କୁ ସମବେଦନା ଜଣାଇବା ସହ ଉଭୟ କ୍ଷୟକ୍ଷତି ପରିବାରଙ୍କୁ ସରକାରଙ୍କ ପକ୍ଷରୁ ଯାହାବି ସହାୟତା ମିଳିବ ତାହା ଯୋଗାଇ ଦିଆଯିବ ବୋଲି କହିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆହତଙ୍କୁ ପଠାଇ ଥିଲେ l ଅନ୍ୟପଟେ ଥୁଆମୂଳ ରାମପୁର ଥାନାରେ ୨/୨୫ ଏବଂ ୩/୨୫ ରେ ପୃଥକ ପୃଥକ ମହଲ ରୁଜ୍ଜୁ କରି ମୃତ ପାଙ୍ଗି ମାଝୀଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ସୂଚନା ଦେଇଛନ୍ତି ଥୁଆମୂଳ ରାମପୁର ଥାନା ଅଧିକାରୀ କୈବଲ୍ୟ ସେଠ୍ l

Ad 13