ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଆସିବ ଏଆଇ ନୀତି

ରାଜ୍ୟ କ୍ୟାବିନେଟରେ ଏଆଇ ନୀତି ୨୦୨୫କୁ ମିଳିଛି ଅନୁମୋଦନ । ଏହି ନୀତି ଆଣିବାରେ ଓଡ଼ିଶା ପ୍ରଥମ ରାଜ୍ୟ । ଚଳିତ ଆର୍ଥିକ ବର୍ଷ ବଜେଟରେ AI ନୀତି ପାଇଁ ବି ୨୦ କୋଟି ପ୍ରବଧାନ ରହିଛି । ଆବଶ୍ୟକ ପଡିଲେ ସପ୍ଲିମେଣ୍ଟାରୀ ବଜେଟରେ ଅର୍ଥ ବଢିବ । କୃତ୍ରିମ ବୁଦ୍ଧିମତାକୁ ଆଧାର କରି ତଥ୍ୟ ସଂଗ୍ରହ, ନବସୃଜନକୁ ପ୍ରୋତ୍ସାହନ, ତଥ୍ୟ-ପରିଚାଳିତ ନିଷ୍ପତ୍ତି ସହ ରାଜ୍ୟର ସାମାଜିକ-ଆର୍ଥିକ ଉନ୍ନତି ସମ୍ଭବ ହୋଇପାରିବ । AI ନୀତିରେ ନିଆଯିବାକୁ ଥିବା ପଦକ୍ଷେପ ଜରିଆରେ AI ଓଡ଼ିଆ ସର୍ଚ୍ଚ ଇଞ୍ଜିନ ଭାବେ କାମ କରିବ । ଏହା ଏକ ଓଡ଼ିଆ ସର୍ଚ୍ଚ ଇଂଜିନ ଭାବେ କାମ କରିବ । ଇନପୁଟ ଦେବାକୁ ଲୋକମାନଙ୍କୁ ନିଯୁକ୍ତି ମିଳିବ । ଏହାର ଅପବ୍ୟବହାର ବି ରୋକା ଯାଇ ପାରିବ ବୋଲି କହିଛନ୍ତି ଆଇ ଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ । AI ନୀତି ଯୁବପିଢୀ, ସାଧାରଣ ଲୋକଙ୍କୁ ବେଶ୍ ଫାଇଦା ଦେବ । ସରକାରୀ ସେବା ଯୋଗାଣକୁ ଶୃଙ୍ଖଳିତ କରିବ AI ନୀତି । ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ମହିଳା ଓ ଶିଶୁ ବିକାଶ ଭଳି ବିଭିନ୍ନ କ୍ଷେତ୍ରରେ AIର ଉପଯୋଗ ହେବ । ରାଜ୍ୟର ୨୭୦ ସେବା ଯୋଗାଣ ନେଇ ଉପଯୁକ୍ତ ତଥ୍ୟ ଦେଇପାରିବ AI ।

Ad 13