ବଜ୍ରପାତରେ ୪ଟି ଗାଈ ସହ ୩ଟି ବଚୁରୀଙ୍କ ମୃତ : ଗତ ଦୁଇ ଦିନରେ ଗଲାଣି ୨ମଣିଷ ଏବଂ ୭ ଗାଈଙ୍କ ଜୀବନ l

ଥୁଆମୂଳ ରାମପୁର, ୧୫/୫ (ଦୁର୍ଗା କୀର୍ତ୍ତି ): – ଅଦିନିଆ କାଳବୈଶାଖୀ ପ୍ରଭାବରେ ବୁଧବାର ଦିନ ଅପରାହ୍ନରେ ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ଅଞ୍ଚଳରେ ବର୍ଷା ସହ ପ୍ରବଳ ବେଗରେ ପବନ ଓ ଘଡ଼ଘଟି ମାରିବା ଫଳରେ ବଜ୍ରପାତ ଉତ୍ପାତ୍ତ ହେବା ଫଳରେ ଗୋପୀନାଥପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଡ଼ ବାଫଳା ଗ୍ରାମରେ ୪ଟି ଗାଈ ସହିତ ୩ଟି ବାଛୁରୀଙ୍କ ମୃତ୍ଯୁ ବରଣ କରିଥିବା ବେଳେ ଅନ୍ଯ ୨ଟି ଗାଈ କିଛି ସମୟ ପରେ ଚେତା ଫେରିଥିବା ସୂଚନା ଦେଇଛନ୍ତି ଗୋପୀନାଥପୁର ସରପଞ୍ଚ ଧନସିଂ ମାଝୀ l ମିଳିଥିବା ସୂଚନା ଅନୁସାରେ ଯାହା ଜଣାଯାଏ ୭ଟି ଗାଈ/ବାଛୁରୀ ଗ୍ରାମର ଦିନ ଗୌଡ଼ଙ୍କ ୩ଟି, ଛବି ଗୌଡ଼ଙ୍କ ୧ଟି, କିଆଫୁଲ ମାଝୀଙ୍କ ୧ ଟି ଏବଂ ଭାଗୀ ଗୌଡ଼ଙ୍କର ୨ଟି ବୋଲି ଜଣାପଡିଛି।ଘଟଣା ଘଟିବା ଶୁଣି ସ୍ଥାନୀୟ ସରପଞ୍ଚ ସହିତ କିଛି ଚାଷୀ ଥୁଆମୂଳ ରାମପୁର ପ୍ରାଣୀ ସମ୍ପଦ ଚିକିତ୍ସାଳୟ ବିଭାଗ କର୍ମଚାରୀଙ୍କୁ ଫୋନଯୋଗେ ଖବର ଦେଇଥିଲେ। ଖବର ପାଇ ବିଭିଓ ଚବିଲା ମାଝୀ ଗୁରୁବାର ଘଟଣା ସ୍ଥଳରେ ପହଞ୍ଚି ମୃତ ଗାଈଙ୍କ ଶବ ବ୍ୟବଚ୍ଛେଦ କରିଥିଲେ। ତେବେ ସରକାରଙ୍କ ନିୟମ ଅନୁଯାୟୀ କ୍ଷତିପୂରଣ ବାବଦରେ ଯାହା ମିଳିବା କଥା ତାହା ତହସିଲ କାର୍ଯ୍ୟାଳୟରେ ରିପୋର୍ଟ ପରେ ହିଁ ସବୁ ତଥ୍ୟ ମିଳିବ ବୋଲି ଶ୍ରୀ ମାଝୀ ଧରିତ୍ରୀକୁ ସୂଚନା ଦେଇଛନ୍ତି l

Ad 13