ବଢ଼ୁଛି ରୌଦ୍ରତାପଜନିତ ଅସୁସ୍ଥତାଙ୍କ ସଂଖ୍ୟା, ୪୯ ଜଣ ହସ୍ପିଟାଲରେ ଭର୍ତ୍ତି

ଛଟପଟ୍‌ ରାଜ୍ୟବାସୀ । ରୌଦ୍ରତାପଜନିତ ଅସୁସ୍ଥତା ମଧ୍ୟ ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା ୪୯ ରୌଦ୍ରତାପଜନିତ କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିିକିତ୍ସା କରାଯାଉଛି । ସମ୍ବଲପୁରରୁ ସର୍ବାଧିକ ୪୦ ଜଣ ଅସୁସ୍ଥ ଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର ।ରବିବାର ଝାରସୁଗୁଡା ରାଜ୍ୟର ସର୍ବାଧିକ ଉତପ୍ତ ସହର ପାଲଟିଥିବା ବେଳେ ସୋମବାର ମଧ୍ୟ ଏଠାରେ ଦିନ ୨ଟା ୩୦ ସୁଦ୍ଧା ତାପମାତ୍ରା ୪୪.୮ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି।

୪୪.୮ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ତଥ୍ୟ ଅନୁଯାୟୀ ଝାରସୁଗୁଡା ୪୪.୮ ଡିଗ୍ରୀ, ସମ୍ବଲପୁର ୪୨.୬, ହୀରାକୁଦ ୪୧.୮, ରାଉରକେଲା ୪୧.୨, କେନ୍ଦୁଝର ୩୭.୮, ଚାନ୍ଦବାଲି ୩୭.୬, ବାଲେଶ୍ୱର ୩୬.୨, ଭୁବନେଶ୍ୱର ୩୫.୨ ରେକର୍ଡ କରାଯାଇଛି।ଅନ୍ୟପଟେ ଉପକୂଳ ଓଡ଼ିଶାରେ ଆଜି ଦିନ ୨ଟା ୩୦ ସୁଦ୍ଧାଆଦ୍ରତା ବୃଦ୍ଧି ପାଇଛି। ପୁରୀରେ ୭୨%, ଗୋପଳପୁର ୭୨%, ପାରାଦ୍ୱୀପ ୭୦%, ବାଲେଶ୍ୱର ୬୨%, ଭୁବନେଶ୍ୱର ୬୨%,ଚାନ୍ଦବାଲି ୫୯% ରେକର୍ଡ ହୋଇଛି ।ଆଗାମୀ ତିନିଦିନରେ ରାଜ୍ୟରେ ତାପମାତ୍ରା ୩ରୁ ୫ ଡିଗ୍ରୀ ବଢିବାର ସମ୍ଭାବନା ରହିଛି।

Ad 13