ବଦଳିଲା କି Tatkal Ticket ବୁକିଂ କରିବାର ସମୟ?
ତତ୍କାଳ ଟିକେଟ ବୁକିଂ ହେଲା ଆହୁରି ସହଜ । ନିୟମରେ ପରିବର୍ତ୍ତନ ଆଣିଲା ଭାରତୀୟ ରେଳବାଇ । ଏପ୍ରିଲ ୧୦ ତାରିଖରୁ ଭାରତୀୟ ରେଳ ବିଭାଗ ତତ୍କାଳ ଟିକେଟ୍ ବୁକିଂରେ ନିୟମ ପରିବର୍ତ୍ତନ ଆଣି ସାରିଛି । ବର୍ତ୍ତମାନର ନିୟମ ଅନୁସାରେ, ଏସି ଶ୍ରେଣୀ (ଯଥା 2A, 3A, CC) ପାଇଁ ତତ୍କାଳ ଟିକେଟ ବୁକିଂ ସକାଳ ୧୦:୦୦ ଟାରେ ଏବଂ ନନ-ଏସି ଶ୍ରେଣୀ (ଯଥା SL, 2S) ପାଇଁ ସକାଳ ୧୧:୦୦ ଟାରେ ଆରମ୍ଭ ହେଉଛି।
ଭାରତୀୟ ରେଳବାଇ ଯାତ୍ରୀମାନଙ୍କୁ ଅନୁରୋଧ କରିଛି ଯେ ସେମାନେ ଟିକେଟ ବୁକିଂ ସମ୍ପର୍କିତ ସୂଚନା ପାଇଁ କେବଳ ସରକାରୀ ଉତ୍ସ ଯଥା IRCTC ୱେବସାଇଟ କିମ୍ବା ରେଳବାଇର ଅଫିସିଆଲ ଘୋଷଣା ଉପରେ ର୍ନିଭର କରନ୍ତୁ।ରେଳ ବିଭାଗ ନୂତନ ରିଫଣ୍ଡ ନିୟମ ମଧ୍ୟ ଆଣିଛି । ଯଦି ଆପଣ ଟିକେଟ୍ କରିସାରିଛନ୍ତି, ପରବର୍ତ୍ତୀ ସମୟରେ ଟିକେଟ୍ ବାତିଲ ହୁଏ ତେବେ ଆପଣଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ମିଳିବ । ସେହିଭଳି ଟ୍ରେନ୍ର ଗତି ପରିବର୍ତ୍ତନ ହେଲେ ଟଙ୍କା ଫେରସ୍ତ ପାଇବାର ବ୍ୟବସ୍ଥା ରହିଛି ।