ବିଜେଡି ପ୍ରଶ୍ନ କିଏ ଲକ୍ଷପତି ଦିଦି..?
ଲକ୍ଷପତି ଦିଦିକୁ ନେଇ ବିଜେଡିର ପ୍ରଶ୍ନବାଣ। ମିଛ କହିବାରେ ବିଜେପି ପାର୍ଟି ଓ ବିଜେପି ସରକାର ଅଭ୍ୟସ୍ତ। କ୍ଷମତାକୁ ଆସିବା ପରଠାରୁ, ବିଜେପି ସରକାର କେବଳ ନବୀନ ସରକାରଙ୍କ ବିଭିନ୍ନ ଯୋଜନାର ନାମ ଓ ରଙ୍ଗ ପରିବର୍ତ୍ତନ କରିଆସୁଥିବା ବେଳେ ଲକ୍ଷପତି ଦିଦି କାର୍ଯ୍ୟକ୍ରମ ସେହି ପ୍ରକ୍ରିୟାରେ ଆଉ ଏକ ନମୁନା ବୋଲି ବିଜେଡି କହିଛି । ବିଜେଡି ସରକାର ଯାହା କରିଛନ୍ତି ସେଥିରେ ପାରି ହେବାକୁ ବିଜେପି ଚେଷ୍ଟା କରୁଛି। ବିଜେପି ସରକାର ମହିଳା ସଶକ୍ତିକରଣ ରେ ଓଡିଶା ଦେଶରେ ଏକ ନମ୍ବର ବୋଲି ମିଛ କହି ମହିଳଙ୍କୁ ଠକୁଛନ୍ତି। ବିଜେଡି ପ୍ରଶ୍ନ କିଏ ଲକ୍ଷପତି ଦିଦି..? କେଉଁ ଆଧାରରେ ଆପଣ କାହାକୁ ଲକ୍ଷପତି ଦିଦି ବୋଲି କହୁଛନ୍ତି। କିଏ ଲକ୍ଷପତି ଦିଦି ହୋଇପାରିବେ ସେନେଇ ସ୍ପଷ୍ଟତା ନାହିଁ। ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ବିଜେପି ସରାକର ଉପରେ ବର୍ଷିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର।