ବିଧାୟକଙ୍କ ଦ୍ଵାରା ବ୍ଳକ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ I
ଥୁଆମୂଳ ରାମପୁର,୦୪/୦୪-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ପଞ୍ଚାୟତ ସମିତି ସଭାଗୃହ ଠାରେ ଶୁକ୍ରବାର ଲାଞ୍ଜିଗଡ ନିର୍ବାଚନ ମଣ୍ତଳୀ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ତତ୍ବାବଧାନରେ ବ୍ଲକ୍ ସ୍ତରୀୟ ପଞ୍ଚାୟତ ସମିତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୃବଚରଣ ମୁଦୁଲି, ଅତିରିକ୍ତ ତହସିଲଦାର ବିଶ୍ବଜିତ କରକରା, ଏଏଇ ସାଲକ୍ଳୋ ହେମ୍ବ୍ରମ, ବିଧାୟକ ବ୍ଳକ ପ୍ରତିନିଧି ମାଣିକ୍ଯ ଚନ୍ଦ୍ର ନାଏକ, ଜିଲ୍ଲା ପରିଷଦ ସଭ୍ଯା ଟୁନି ଖୋସ୍ଲା, ବ୍ଲକ୍ ଉପାଧ୍ୟକ୍ଷ ଜୟନ୍ତୀ ମାଝୀ ପ୍ରମୁଖଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ ଥୁଆମୁଳ ରାମପୁର ବ୍ଲକର ବିଭିନ୍ନ ବିଭାଗର କର୍ମଚାରୀ ସମେତ୍ ସରପଞ୍ଚ, ସମିତି ସଭ୍ଯ ସଭ୍ଯା ଯୋଗଦେଇଥିଲେ।

ବିଧାୟକ ଶ୍ରୀ ଦିଶାରୀ ବିଭିନ୍ନ ବିଭାଗର କର୍ମଚାରୀ ମାନଙ୍କୁ ନିଜ ନିଜ ବିଭାଗରେ ଯାହାସବୁ କାର୍ଯ୍ଯକରା ଯାଉଛି ଏହାର ପ୍ରତ୍ୟେକ କାର୍ଯ୍ଯ ଉପରେ ସମୀକ୍ଷା କରିଥିଲେ। ଏହାଛଡା ଶ୍ରୀ ଦିଶାରୀ କର୍ମଚାରୀ ମାନଙ୍କୁ ନିଜ ନିଜ ବିଭାଗରେ ଚାଲିଥିବା ବିଭିନ୍ନ ଯୋଜନା ଗୁଡିକକୁ ସୁଚାରୁରୁପେ ଜନ ହିତରେ ପରିଚାଳନା କରିବାକୁ ପରାମର୍ଶ ଦେବା ସହିତ ବିବେଶ୍ କରି ଯେଉଁ ଯେଉଁ ଅଂଚଳ ମାନଙ୍କରେ ପାନୀୟ ଜଳର ସମସ୍ୟା ଲାଗି ରହିଛି ତାହା ଆଗାମୀ ଦିନ ମାନଙ୍କରେ ଯେମିତି ନ ହେବ ଏବଂ ଗ୍ରାମ୍ୟ ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଯେମିତି ସମସ୍ତ ଅଞ୍ଚଳବାସୀ ପାଇପାରିବେ ଏବଂ ଗ୍ରୀଷ୍ମ ଋତୁ ରକ୍ଷା ପାଇ ପାରିବା ସହ ବାର୍ଦ୍ଧକ୍ୟ ବିଧବା ଭତ୍ତା କ୍ଷେତ୍ରରେ ଯେମିତି ଲୋକେ ହଇରାଣ ନ ହେବେ ଏବଂ ରାସନ କାର୍ଡରେ ଇ-କେୱାଇସି କରିବା ଯେମିତି କୌଣସି ଅସୁବିଧା ଥିଲେ ବିଭାଗୀୟ କର୍ମଚାରୀ ମାନେ ପ୍ରାଥମିକ ସ୍ଥରରେ ସମାଧାନ କରିବାରେ ଚେଷ୍ଟା କରିବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛି ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ ବିଧାୟକ ଶ୍ରୀ ଦିଶାରୀ l

ଏଠାରେ ପ୍ରକାଶ ଯୋଗ୍ୟ ଯେ ବିଧାୟକଙ୍କ ସମୀକ୍ଷା ବୈଠକକୁ ବେଖାତିର୍ କରି ଥୁଆମୂଳ ରାମପୁର ଥାନା ଏସଆଇ ପ୍ରହଲ୍ଲାଦ ପାଣିଗ୍ରାହୀ ସଭା ମଧ୍ୟରେ ଘୋର ନିଦ୍ରାରେ ସୋଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା lଉକ୍ତ ସମୀକ୍ଷା ବୈଠକକୁ ଜିପିବିଓ ଚ୍ରିଲୋଚନ ନାଏକ ପରିଚାଳନା କରିଥିବା ବେଳେ ବ୍ଳକର ଅନ୍ଯାନ୍ଯ କର୍ମଚାରୀ ସହଯୋଗ କରିଥିଲେ।