ବିନା ସୂଚନା ଫଳକରେ ସରିବାକୁ ବସିଲାଣି କାମ Iଖବର ପ୍ରସାର ପରେ ମଧ୍ୟ ବାବୁଙ୍କ ନିଘା ନାହିଁ I

କାନ୍ଥ ତଡ଼ାରେ ସୂଚନା ଫଳକ ଥୋଇ ଦେଇ ଭୁଲିଗଲେ ବ୍ଲକ୍ ପ୍ରଶାସନ l

ଥୁଆମୂଳ ରାମପୁର,୧୯।୧(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ନୂତନ କୋଠା ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳକରେ ସରିବାକୁ ବସିଲାଣି ହେଲେ ଏବେ ମଧ୍ୟ ସୂଚନା ଫଳକ ଲଗାଯାଇ ପାରିଲା ନାହିଁ । ଫଳରେ ନିର୍ମାଣ କାମରେ ଅନିୟମିତତା ହେଉଥ‌ିବା ନେଇ ସାଧାରଣରେ ଆହୁରି ସନ୍ଦେହ ଘନିଭୂତ ହେଉଛି। କୋଠା ନିର୍ମାଣ ପାଇଁ କେତେ ଟଙ୍କା ବ୍ୟୟ ବରାଦ କରାଯାଇଛି ଓ ଏହାର ସମୟସୀମା କେତେ ପର୍ଯ୍ୟନ୍ତ ରହିଛି ତାହା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକରେ ଦର୍ଶାଯାଇଥାଏ। ହେଲେ ଏହା ଦର୍ଶାଯାଇ ନ ଥିବାରୁ ଜନସାଧାରଣ ଅନ୍ଧକାରରେ ରହୁଛନ୍ତି। ନୂତନ ସଭାଗୃହ ନିର୍ମାଣ ପାଇଁ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାର ପରେ ଜୁଲାଇ ୨୦୨୪ରେ ଡିଏସ୍ଏଫ୍ ପାଣ୍ଠିରୁ ୬୩ ଲକ୍ଷ ୭୪ ହଜାର ୩୮୯ ଟଙ୍କା ବ୍ୟୟ ଅଟକଳରେ ଏକ ଠିକା ସଂସ୍ଥାକୁ ପଞ୍ଚାୟତ ସମିତି ସଭାଗୃହ ନିର୍ମାଣରେ ଟେଣ୍ଡର ମିଳିଥିଲା।

ହେଲେ ନୂତନ କୋଠା ନିର୍ମାଣ ଆରମ୍ଭ ହୋଇ ଇତିମଧ୍ଯରେ ୯ମାସ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସୂଚନା ଫଳକ ଲଗାଯାଇ ନାହିଁ। ଏନେଇ ଗତ ଜାନୁଆରୀ ମାସରେ ଧରିତ୍ରୀ ଖବର କାଗଜ ରେ ଖବର ପ୍ରକାଶ ପାଇଥିଲା l ସେତେବେଳେ ବିଡିଓ ଧ୍ରୁବଚରଣ ମୁଦୁଲି ଏବଂ ପୂର୍ବ ଓ ବର୍ତ୍ତମାନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦିଲୀପ କୁମାର ପଟେଲ ଏବଂ ସାଲ୍କା ହେମ୍ବ୍ରମଙ୍କୁ ପଚାରିବାରୁ ସୂଚନା ଫଳକ ଲାଗିବା ପାଇଁ ଭୁଲିଯାଇଥ‌ିବେ, ଆମେ କହିଦେଉଛି ଫଳକ ଲଗାଇଦେବେ ବୋଲି କହିଥିଲେ। ହେଲେ ସୂଚନା ଫଳକ ଲଗାଇବେ କଣ ଏକ ପୁରୁଣା ବୋର୍ଡ ଆଣି କୋଠା ନିର୍ମାଣ କାନ୍ଥ ତଡ଼ାରେ ଥୋଇ ଦେଇଛନ୍ତି l ଲୋକଙ୍କ ଅବଗତି ସକାଶେ ସୂଚନା ଫଳକ ମାରି ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ସାଧାରଣରେ ଦାବି ହେଉଥିବା ବେଳେ ସରକାରୀ ବାବୁ ସରକାରୀ ନିୟମ ଉ୍ଲଘଂନ କରିଥିବା ଦୃଶ୍ୟ ଏବଂ ସରକାରୀ ବାବୁଙ୍କ କାର୍ଯ୍ୟକଳାପ ଉପରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି l ଯୋଦି ବ୍ଲକ୍ ସ୍ତରୀୟ ବଡ଼ ବଡ଼ ଅଧିକାରୀ, ବ୍ଲକ୍ ଅଧକ୍ଷ, ବ୍ଲକ୍ ଉପାଧକ୍ଷା ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏଭଳି କାମ ହେଉଛି ତେବେ ବ୍ଲକ୍ ର ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ସବୁ କଣ ହେଉନଥିବ ତାହା ଏଠାରୁ ଅନୁମାନ କରାଯାଉଛି । ଏ ନେଇ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ପୁଣି ପଚାରିବାରୁ କୌଣସି ଉତ୍ତର ଦେଉ ନଥିବା ବେଳେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସାଲ୍କା ହେମ୍ବ୍ରମଙ୍କୁ ପଚାରିବାରୁ ବୋର୍ଡ ଲଗାଇବା ପାଇଁ କୌଣସି ଭଲ ସ୍ଥାନ ନାହିଁ, କାମ ସାଇଡରେ କାମ ପାଇଁ ନିୟୋଜିତ ଯାନ ବାହନ ଯିବା ଆସିବା କରୁଥିବାରୁ ଆମେ ଲଗାଇ ପାରିନାହିଁ ଏଣୁ ଏମିତି କାନ୍ଥ ତଡ଼ାରେ ରଖିଦେଇଛୁ ବୋଲି କହିଛନ୍ତି l ଏଠାରେ ପ୍ରକାଶ ଯୋଗ୍ୟ ଯେ ଟେଣ୍ଡର ପାଇଥିବା ଠିକା ସଂସ୍ଥା କର୍ମଚାରୀ ଥରେ ମଧ୍ୟ କାମ ସାଇଡ ରେ ଆସୁ ନାହାନ୍ତି ଖାଲି କିଛି ଲୋକଙ୍କୁ ରଖି କାମସାରି ଦେଲେଣି l

Ad 13