ବିସିସିଆଇ ୨୦୨୪-୨୫ ପାଇଁ ବାର୍ଷିକ ଚୁକ୍ତି ଘୋଷଣା
ବିସିସିଆଇ ୨୦୨୪-୨୫ ପାଇଁ ବାର୍ଷିକ ଚୁକ୍ତି ଘୋଷଣା କରିଛି । ଏଥିରେ ୩୪ ଜଣଙ୍କ ଖେଳାଳିଙ୍କ ନାମ ରହିଛି । ଗ୍ରେଡ ଏ+ରେ ଚାରିଜଣ ସିନିଅର ଖେଳାଳିଙ୍କ ନାମ ରହିଛି । ତେବେ ଗତବର୍ଷ ବିଦା ହୋଇଥିବା ଶ୍ରେୟସ ଆୟର ଏବଂ ଈଶାନ କିଶନ ପୁଣି ବାର୍ଷିକ ଚୁକ୍ତିକୁ ଫେରିଛନ୍ତି ଶ୍ରେୟସ । ଶ୍ରେୟସ ଗ୍ରେଡ ବିରେ ସାମିଲ ହୋଇଥିବା ବେଳେ ଗ୍ରେଡ ସିରେ ସାମିଲ ହୋଇଛନ୍ତି ଈଶାନ କିଶନ ।
ଗ୍ରେଡ୍ A+: ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମରା, ରବୀନ୍ଦ୍ର ଜାଡେଜା।
ଗ୍ରେଡ୍ A: ମହମ୍ମଦ ସିରାଜ, କେ.ଏଲ୍. ରାହୁଲ, ଶୁଭମନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ଶାମି, ଋଷଭ ପନ୍ତ।
ଗ୍ରେଡ୍ B: ସୂର୍ଯ୍ୟକୁମାର ଯାଦବ, କୁଲଦୀପ ଯାଦବ, ଅକ୍ଷର ପଟେଲ, ଯଶସ୍ବୀ ଜୟସୱାଲ, ଶ୍ରେୟସ୍ ଆୟାର।
ଗ୍ରେଡ୍ C: ରିଙ୍କୁ ସିଂ, ତିଲକ ବର୍ମା, ଋତୁରାଜ ଗାୟକ୍ୱାଡ, ଶିବମ ଦୁବେ, ରବି ବିଷ୍ଣୋଇ, ୱାଶିଂଟନ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା, ରଜତ ପଟିଦାର, ଧ୍ରୁବ ଜୁରେଲ, ସରଫରାଜ ଖାନ, ନୀତୀଶ କୁମାର ରେଡ୍ଡୀ, ଇଶାନ କିଶନ, ଅଭିଷେକ ଶର୍ମା, ଆକାଶ ଦୀପ, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା।