ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ I
ଥୁଆମୂଳ ରାମପୁର, ୦୬/୦୬-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ସଦର ସ୍ଥିତ ମିଶନ ଶକ୍ତି ଭବନ ପରିସରରେ ଶନିବାର ସୁଭଦ୍ରା ଶକ୍ତି କାର୍ଯ୍ୟକ୍ରମରେ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୫ଟି ଏସଏଚଜି ଭାଗ ନେଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ମିଶନ ଶକ୍ତି ବ୍ଲକ୍ ପ୍ରକଳ୍ପ ସଂଯୋଜକ ପ୍ରତାପ ନାଏକ ଏବଂ ବ୍ଲକ ପ୍ରକଳ୍ପ ସହ ସଂଯୋଜକ ଦିବ୍ୟ ରଞ୍ଜନ ନାଏକ ପରିଚାଳନା କରିଥିବା ବେଳେ ଏଥିରେ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି ଏବଂ ଅତିରିକ୍ତ ତହସିଲଦାର ଦେବାଶିଷ କରକରିଆ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାରେ ବ୍ଲକ୍ ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ମଧୂମାଲା ବାଗ, ଏମଆଇ ବିଭୂରଞ୍ଜନ ସାହୁ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ସୁନାରାମ ସ୍ଵରେନ୍, ଡବ୍ଲୁଇଓ ସୁଭଜିତ୍ ରଞ୍ଜନ ସ୍ବାଇଁଙ୍କ ସମେତ ଅନେକ ଏମବିକେ, ସିଆର୍ପିଙ୍କ ସମେତ ଅନେକ ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l

ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଗ୍ୟାସ ଚୁଲି ଯୋଗେଇଦିଆଯାଇଥିଲା । ସେମାନେ ପ୍ରତିଯୋଗିତାରେ ବିଭିନ୍ନ ପାରମ୍ପରିକ ଦେଶୀ ଖାଦ୍ୟ ଯାହାକି ମାଣ୍ଡିଆ ପିଠା, କାକରା ପିଠା , ଅଳସି ପିଠା, ପୋଡ଼ ପିଠା, କୋୟାଁ କ୍ଷୀରି, ଭଳି ଅନେକ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରିଥିଲେ । ପରେ ବିଚାରପତି ମଣ୍ଡଳୀ ସେହି ସବୁ ଖାଦ୍ୟକୁ ଚାଖିବା ସହ ତାହାର ମାନ ନିର୍ଧାରଣ କରିଥିଲେ । ବିଭିନ୍ନ ପ୍ରକାର ମିଠା, ପିଠା, ଆରସା, କାକରା, କାଙ୍ଗୁ କ୍ଷୀରି, ମାଣ୍ଡିଆ କ୍ଷୀରି, ମାଣ୍ଡିଆ ଯାଉ, ମାଣ୍ଡିଆ ଅଣ୍ଡା, ଡାଲମା, କ୍ଷୀରି, ସହ ପ୍ରତି ଷ୍ଟଲରେ ପ୍ରାୟ ପାଞ୍ଚରୁ ସାତ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା । ଏଥିରେ ଭଲ ପ୍ରଦର୍ଶନ ଦେଖାଇ କେରପାଇ ସ୍ଥିତ କାଚେଲେଖା ଗ୍ରାମର ମାଁ ଅର୍ଣ୍ଣପୂର୍ଣା ସ୍ଵୟଂ ସହାୟକ ଗୋଷ୍ଠୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଥୁଆମୂଳ ରାମପୁର ଜଗେସପଦର ମାଁ ବଞ୍ଜାରି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ଵିତୀୟ ସ୍ଥାନ ଏବଂ ଗୋପାଳପୁର ମାଁ ତାରେଣି ସ୍ୱୟଂ ସହାୟକ ଗୋଷ୍ଠୀ ତୃତୀୟ ସ୍ଥାନ ଅଧିକାର କରିଥିବା କରିଥିବା ଉପସ୍ଥିତ ଅତିଥି ଘୋଷଣା କରି ଏକ ପ୍ରଂଶସ ପତ୍ର ସହ ପୁରସ୍କାର ରାଶି ତାଙ୍କ ଜମା ଖାତାରେ ପକାଇ ଦିଆଯିବ ବୋଲି କହିଥିଲେ l ଏବଂ ଭାଗନେଇଥିବା ଅନ୍ୟାନ୍ୟ ଗୋଷ୍ଠୀର ମହିଳା ମାନଙ୍କୁ ବିଡ଼ିଓ ଶ୍ରୀ ମୁଦୁଲି ପ୍ରଶଂସା ପତ୍ର ପ୍ରଦାନ କରିବା ସହ ଆଗାମୀ ଦିନରେ କେମିତି ଲକ୍ଷପତି ଦିଦି ଆକାରରେ ଆର୍ଥିକ ସାହାଯ୍ୟ ସହ ଆଗକୁ କେମିତି ଇଚ୍ଛା ଶକ୍ତି ନେଇ ବଢ଼ିବେ ସେ ଚେଷ୍ଟା ଜାରି ରହୁ ବୋଲି ଦିଗ୍ଦର୍ଶନ ଦେବା ସହ କେମିତି ଆମ ପାରମ୍ପରିକ ଖାଦ୍ୟ ବିଶ୍ଵ ଦରବାର ରେ ପହଞ୍ଚିପରିବ ସେନେଇ ମଧ୍ୟ ସମସ୍ତ ସୁଭଦ୍ରା ମହିଳା ଚେଷ୍ଟା କରିବାକୁ ହେବ ବୋଲି ମହିଳାଙ୍କୁ କହିଥିଲେ ଏବଂ ବିଜେତା ଗୋଷ୍ଠୀର ମହିଳାଙ୍କୁ ଆଗାମୀ ଦିନରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ କେମିତି ସ୍ବଚ୍ଛତା ରକ୍ଷାକରି ଆମ ଅଞ୍ଚଳର ଖାଦ୍ୟ ଆକର୍ଷଣୀୟ ଓ ସ୍ଵାଦିଷ୍ଟ ହେବ ସେନେଇ ସମସ୍ତଙ୍କୁ ଡିଗ୍ଦର୍ଶନ ଦେଇଥିଲେ l