ବ୍ଲକ୍ ପ୍ରଶାସନର ନିର୍ଦ୍ଦେଶ ପରେ ମଧ୍ୟ ଡିଏସସି ଫେରସ୍ତ କରୁନାହାନ୍ତି ପଦଚ୍ୟୁତ୍ ସରପଞ୍ଚ ସମ୍ବାରୀ ମାଝୀ l
ଉନ୍ନୟନ ମୂଳକ କାର୍ଯ୍ଯରେ ବ୍ଯାପକ ଭାବରେ ବାଧାସୃଷ୍ଟି
ଥୁଆମୂଳ ରାମପୁର,୧୩/୦୪-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ଅନ୍ତର୍ଗତ ପାଡେପଦର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ସମ୍ବାରୀ ମାଝୀ ଅନାସ୍ଥା ଭୋଟରେ ହାରି ଯାଇଥିବା ଯୋଗୁଁ ତାଙ୍କୁ ଗାଦି ଚ୍ୟୁତ କରାଯାଇଥିଲେ ମଧ୍ୟ ସେ ଆସନ ଛାଡ଼ିବା ପାଇଁ ଇଚ୍ଛା ପ୍ରକାଶ କରୁନଥିବା ଜଣାପଡିଛି, ମିଳିଥିବା ସୂଚନା ଅନୁସାରେ ଗତ ତା.୦୭/୦୪/୨୦୨୫ରିଖ ଦିନ ବ୍ଲକ କାର୍ଯ୍ୟାଳୟରେ ଡିଏସସି ହସ୍ତାନ୍ତର କରିବା ପାଇଁ ବ୍ଲକ୍ କାର୍ଯ୍ୟାଳୟ ଚିଠି ନଂ ୯୩୦/୨୫ ଜରିଆରେ ଅବଗତ ନିମନ୍ତେ ଜଣାଇ ଦିଆଯାଇଥିଲା। ତେବେ ପୂର୍ବତନ ସରପଞ୍ଚ ସମ୍ବାରି ମାଝୀଙ୍କୁ ଡିଏସସି ନିଶା ବୋଧହୁଏ ଲାଗି ଯାଇଛି। ତେଣୁ ସେ ଆଜିକାଲି କହି କହି ଦିନ ବିତେଇ ଦେବା ସହିତ ଠକିବା ଆରମ୍ଭ କରୁଥିବା ସହ ବିଡ଼ିଓ ଙ୍କ ଚିଠି କୁ ମଧ୍ୟ ବେଖାତିର କରୁଥିବା ଘଟଣାକୁ ନେଇ GPO ଙ୍କ ହସ୍ତକ୍ଷେପରେ ଏକ ଡୁବ୍ଲିକେଟ ଡିଏସସି ଯାହାକି ଅବଧି ସମାପ୍ତ ହୋଇଥିବା ଡିଏସସି ହସ୍ତାନ୍ତର କରିଛନ୍ତି l

ଜଣେ ଲୋକ ପ୍ରତିନିଧି ପଦ ହରାଇଲା ପରେ ମଧ୍ୟ ନୂଆଁ ଡିଏସସି ବଦଳରେ ପୁରୁଣା ଡିଏସସି ଦାଖଲ କରି ନୂଆଁ ଡିଏସସି କୁ ଲୁଚାଇ ରଖିଥିବା ଘଟଣାକୁ ନେଇ ବ୍ଲକ୍ ରେ ଏକପ୍ରକାର ଆଲୋଚନାର ବିଷୟ ପାଲଟିଥିବା ବେଳେ ଜଣେ ଆସନ ହରାଇ ଥିବା ସରପଞ୍ଚ ସରକାରୀ ଡିଏସସି କୁ ଲୁଚାଇ ରଖି କେଉଁ ସମୟରେ ଯଦି ସୁଯୋଗ ମିଳିଯାଏ ତେବେ କିଛି ଟଙ୍କା ପୁଣି ହଡ଼ପ କରିବା ଉଦ୍ୟମରେ ଲୁଚାଇ ରଖିଥିବା ଯୋଜନା ପୂର୍ବତନ ସରପଞ୍ଚ କରୁନାହାନ୍ତି କି ବୋଲି ବିଭିନ୍ନ ରାଜନୀତିଜ୍ଞଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ପୋଡାପଦର ଗ୍ରାମପାୟତର ନିର୍ବାଚିତ ଲୋକ ପ୍ରତିନିଧି ଓ ସ୍ଥାନୀୟ ଜନସାଧାରଣ ଏକତ୍ରିତ ହୋଇ ତାଙ୍କୁ ଅନାସ୍ତା ପ୍ରସ୍ତାବ ଆଗତ କରାଯାଇ ତାଙ୍କ ବିରୋଧରେ ଭୋଟର ବ୍ଯବସ୍ଥା କରାଯାଇଥିଲା ଏଥିରେ ଶ୍ରୀମାଝୀ ବିପୁଳ ଭୋଟ ବ୍ଯବଧାନରେ ପରାଜୟ ହୋଇ ପଦ ହରାଇବା ଫଳରେ କାମଚଳା ଭାବରେ ନାଏବ ସରପଞ୍ଚଙ୍କୁ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ସରପଞ୍ଚ ଭାବରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ପରାଜିତ ସରପଞ୍ଚ ଶ୍ରୀମତୀ ମାଝୀଙ୍କୁ ଏମିତି ନିଶା ଘାରିଛି ଯେ ଡିଏସସି ଫେରାଇବା ନାଁଗନ୍ଧ ଧରୁନାହିଁ। ଏହାଯୋଗୁଁ ଏପଟେ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ଯରେ ବ୍ଯାପକ ଭାବରେ ବାଧାସୃଷ୍ଟି ହେଉଅଛି। ଉକ୍ତ ଘଟଣାକୁ କେନ୍ଦ୍ର କରି ମହୁଲ ପାଟଣା ଫାଣ୍ଡିରେ ଏକ ରିପୋର୍ଟ ଦାଖଲ ହୋଇଥିବା ଜଣାପଡିଛି। ଏନେଇ ପାଡେପଦର ପଞ୍ଚାୟତ ନିର୍ବାହୀ ଅଧିକାରୀ ତଥା ଜିପିଓ ତ୍ରିଲୋଚନ ନାଏକ ଙ୍କୁ ପଚାରିବାରୁ ଶ୍ରୀମତୀ ମାଝୀଙ୍କ ପାଖରେ ଯେଉଁ ସବୁ ଡିଏସସି ଥିଲା ସେ ଦେଇ ଦେଇଛନ୍ତି ହଁ ଏକଥା ସାତ ସେ ପୁରୁଣା ଡିଏସସି ଦେଇଛନ୍ତି ହେଲେ କୌଣସି ଅସୁବିଧା ନାହିଁ ଆମେ ତାହା ଅଚଳ କରିଦେବୁ ସେ ଆଗାମୀ ଦିନରେ କୌଣସି ମଧ୍ୟ ଭୁଲ କାମ ପାଇଁ ବ୍ୟବହାର କରିପାରିବେ ନାହିଁ l ଆମେ ଆଇଡି ଏବଂ ପାଶୱାର୍ଡ ପରିବର୍ତ୍ତନ କରିସାରିଛି ବୋଲି ଆମ ଧରିତ୍ରୀ କୁ ପ୍ରତିକ୍ରିୟା ଦେଇଛନ୍ତି l