ବ୍ଳଳର ବିଭିନ୍ନ ସ୍ଥାନରେ ମାଁ ଠାକୁରାଣୀଙ୍କ ଚୈତ୍ର ପର୍ବ ପାଳିତ ହୋଇଯାଇଛି।
ଥୁଆମୂଳ ରାମପୁର,୦୮/୦୪-(ଦୁର୍ଗା କୀର୍ତ୍ତି):- ସାରା ଓଡିଶାରେ ୧୨ ମାସରେ ରେ ୧୩ ପୂର୍ବ ପାଳିତ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ମାଁ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ମଙ୍ଗଳବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି I ରାଜା ରାଜୁଡ଼ା ଅମଳର ଏହି ଥୁଆମୂଳ ରାମପୁର ଅଞ୍ଚଳର ମାଁ ଠାକୁରାଣୀ ଙ୍କୁ ନିଜ ଇଷ୍ଟ ଦେବୀ ମନେକରି ଗତ ୯ ଦିନ ଧରି ଦ୍ବାର ଦ୍ବାର ବୁଲି ଭକ୍ତଙ୍କୁ ଦର୍ଶନ ଦେଉଥିବା ମାଁ ଙ୍କୁ ମଙ୍ଗଳବାର ସନ୍ଧ୍ୟା ୯.୩୦ରେ ନିଜ ଆସ୍ଥାନକୁ ବିରାଜମାନ କରିବା ପାଇଁ ଯାଇଥିବା ସମୟରେ ଗ୍ରାମର ଶହ ଶହ ମହିଳା ଏବଂ ପୁରୁଷ ହୁଲ ହୁଲି ଶଙ୍ଖ ଘଣ୍ଟ ବାଦ୍ୟରେ ଶୁଭ ବିଦାୟ ଦେଇଛନ୍ତି l ଏହି ଯାତ୍ରା ପୂଜା ଅବସରରେ ଭାବରେ ଡମ୍ବରୁ ଧର ପୁଝାରୀ ମାଁଙ୍କ ଘଣ୍ଟକୁ ମୁଣ୍ଡରେ ବହନ କରିଥିବା ବେଳେ ଯୁବକ ଲାଲ ପରିଚ୍ଛା ମାଁଙ୍କ ଛତର ଧରିଥିଲେ ଏବଂ ମାଁଙ୍କ ମୁଖ୍ୟ ପୂଜକ ଭାବରେ ଅଶୋକ ମୁଣ୍ଡ ଏବଂ ଶରତ ଚନ୍ଦ୍ର ପୁଝାରୀ ମାଁଙ୍କ ପୂଜାର୍ଚନା ସହିତ ଘଣ୍ଟ ସାଙ୍ଗରେ ଅଞ୍ଚଳର ବିଭିନ୍ନ ଗାଁ , ପଡ଼ା ପରିକ୍ରମା କରିଥିଲେ l ସାରା ରାଜ୍ୟରେ ମାଁ ଠାକୁରାଣୀଙ୍କ ପର୍ବ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ଚୈତ୍ର ଯାତ୍ରା ଚୈତ୍ର ମାସର ଚତୁର୍ଥୀ ତିଥିର ପ୍ରଥମ ମଙ୍ଗଳବାର ଠାରୁ ଆରମ୍ଭ ହେଇ ୯ଦିନ ବ୍ୟାପୀ ଏହି ଚୈତ୍ର (ଘଣ୍ଟ ଯାତ୍ରା) ପାଳନ କରାଯାଏ l ଏଥିରେ ସହ ସହ ଭକ୍ତ ଓ ଶ୍ରଦ୍ଧାଳୁମାନେ ମାଙ୍କ ଆଶୀର୍ବାଦ ଲାଭ ପାଇବା ପାଇଁ ମାଙ୍କ ଶରଣ ନେଇ ଥାଆନ୍ତି l ମାଁ ଠାକୁରାଣୀଙ୍କ ଏହି ଏହି ଘଣ୍ଟ ଯାତ୍ରା ବର୍ଷର ଚୈତ୍ର ମାସରେ ହିଁ ପାଳନ କରାଯାଉଥିବା ବେଳେ ମାଁଙ୍କ ଏହି ପର୍ବକୁ ସହର ଠାରୁ ଆରମ୍ଭ କରି ପୁରପଲ୍ଲୀରେ ମଧ୍ୟ ସୁନ୍ଦର ଭାବରେ ପାଳନ କରୁଥିବା ବେଳେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ସଦର ସ୍ଥିତ ତାଳବନ୍ଧ ପଡ଼ା (ସମା ଗୁଡ଼ା) ଠାରେ ଶନିବାର ଦୁର୍ଗା ପରିବାର ପକ୍ଷରୁ ବେଶ୍ ଧୂମ ଧାମରେ ମାଁ ଙ୍କୁ ସ୍ଵାଗତ କରି ପରିବାର ର ଅଧିଷ୍ଠାତ୍ରୀ ଦେବୀଙ୍କ ପୀଠରେ ପୂଜାର୍ଚ୍ଚନା ପୂର୍ବକ ମାଁ ଙ୍କୁ ଭୋଗ ଆହାର ଅର୍ପଣ କରିଥିବା ବେଳେ ମାଁ ଠାକୁରଙ୍କ ପୂଜା ପାଇଁ ପୂର୍ବରୁ ବିଧିବଦ୍ଧ ଭାବରେ ଚୈତ୍ର ପର୍ବ ପାଇଁ ଗାଁର ଭକ୍ତ ଓ ଶ୍ରଧ୍ଯାଳୁଙ୍କ ମନ ଭକ୍ତି ଭାବ ଯାଗ୍ରତ ହୋଇଥଥାଏ।