ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ! ଟ୍ରମ୍ପଙ୍କ ବଡ଼ ଦାବି
ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ଭାରତ ଓ ପାକିସ୍ତାନ ତୁରନ୍ତ ଅସ୍ତ୍ରବିରତି ପାଇଁ ସହମତି ହୋଇଛନ୍ତି।ଉଭୟ ଦେଶରେ ସୃଷ୍ଟି ହେଉଥିବା ପରିବେଶକୁ ଶାନ୍ତ କରିବା ଆବଶ୍ୟକ। ଆମେ ଗତକାଲି ରାତିରୁ ଏହା ଚେଷ୍ଟା କରିବା ଆରମ୍ଭ କରିଥିଲୁ ଏବଂ ଉଭୟ ଦେଶ ଏଥିରେ ରାଜି ହୋଇଛନ୍ତି। ଏବେ ଉଭୟ ଯୁଦ୍ଧବିରତି ପାଇଁ ପ୍ରସ୍ତୁତ ବୋଲି ଟ୍ରମ୍ପ କହିଛନ୍ତି। ଶନିବାର ସକାଳେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କ ସହ କଥା ହୋଇଥିଲେ। ରୁବିଓ ମୁନିରଙ୍କୁ ଶାନ୍ତ ରହିବାକୁ କହିଥିଲେ। ରୁବିଓ କହିଛନ୍ତି ଯେ ଏହି ମାମଲାକୁ ଆଗକୁ ବଢାଇବା ଦ୍ୱାରା ପାକିସ୍ତାନର କ୍ଷତି ହେବ। ରୁବିଓ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠାରେ ଏକ ବଡ଼ ଭୂମିକା ଗ୍ରହଣ କରିବା ବିଷୟରେ କହିଥିଲେ।ଶନିବାର ଏକ୍ସରେ ଏ ନେଇ ଟ୍ରମ୍ପ ବଡ଼ ସୂଚନା ଦେଇଛନ୍ତି। ସେ ଉଭୟ ଦେଶକୁ ବୁଦ୍ଧିମାନ ଭାବରେ ନିଷ୍ପତ୍ତି ନେବାକୁ ଅନୁରୋଧ କରିଥିଲେ। ତଥାପି, ଏହାକୁ ଏପର୍ଯ୍ୟନ୍ତ ଭାରତ କିମ୍ବା ପାକିସ୍ତାନ ସରକାରଙ୍କ ଦ୍ୱାରା ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇ ନାହିଁ।