ମଦର୍ସ ଡେ’ ପାଇଁ ସେଲଫି ପ୍ରତିଯୋଗିତା, ମା’ଙ୍କ ସହ ସେଲଫି ପଠାଇ ହୁଅନ୍ତୁ ପୁରସ୍କୃତ
ଆସନ୍ତା ମେ ୧୧ ତାରିଖରେ ସାରା ବିଶ୍ଵରେ ମଦର୍ସ ଡେ ୨୦୨୫ ପାଳିତ ହେବାକୁ ଯାଉଛି। ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମେ ୬ ରୁ ୧୦ ପର୍ଯ୍ୟନ୍ତ ଏକ ସେଲଫି ପ୍ରତିଯୋଗିତା ‘ମଦର୍ସ ଡେ ସେଲଫି କଣ୍ଟେଷ୍ଟ’ ନାମକ ଏକ ଅଭିନବ ପ୍ରୟାସର ଶୁଭାରମ୍ଭ କରିଛନ୍ତି।ମେ ୬ ରୁ ୧୦ ତାରିଖ ପର୍ଯ୍ୟନ୍ତ ପଠାଇପାରିବେ ମା’ଙ୍କ ସହ ସେଲଫି । ତେବେ ମେ ୧୧ ତାରିଖରେ ଭୁବନେଶ୍ୱରସ୍ଥିତ ଏକାମ୍ର ହାଟରେ ମଦର୍ସ ଡେ’ ପାଳନ କରାଯିବ । ଏହି ଅବସରରେ ବିଜେତାମାନେ ନିଜର ଉପଯୁକ୍ତ ପ୍ରମାଣପତ୍ର ଦର୍ଶାଇ ପୁରସ୍କାର ଗ୍ରହଣ କରିପାରିବେ । ଏହି କାର୍ଯ୍ୟକ୍ରମରେ ମା’ ମାନଙ୍କ ପାଇଁ ବହୁ ମଜାଳିଆ ଖେଳର ମଧ୍ୟ ଆୟୋଜନ କରାଯାଇଛି ।
ଭାଗ ନେବା ପାଇଁ ଚାଁହୁଥିବା ମା’ ମାନେ ମେ ୧୧ ତାରିଖ ଅପରାହ୍ନ ୩ ଟା ସମୟରେ ଏକାମ୍ର ହାଟ ଆସି ସେହି ସ୍ଥାନରେ ହିଁ ପଞ୍ଜିକରଣ କରି ମଜାଳିଆ ଖେଳରେ ଭାଗ ନେଇପାରିବେ । ବିଜେତାମାନଙ୍କୁ ସେହି କାର୍ଯ୍ୟକ୍ରମରେ ହିଁ ପୁରସ୍କୃତ କରାଯିବ। ବହୁ ସଂଖ୍ୟାରେ ମା’ ମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ମହିଳା ଓ ଶିଶୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।ନିଜ ମାଆଙ୍କ ସହ ସେଲଫି ଉଠାଇ, ମା ଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନରେ ଦୁଇ ପଦ ଲେଖି ମହିଳା ଓ ଶିଶୁ ବିକାଶ ବିଭାଗକୁ ଟ୍ୟାଗ କରନ୍ତୁ। #MoBou , #WCDOdisha, #Mothersday ରେ ଟ୍ୟାଗ କରି ସେଲଫି ସହ ଭାବାବେଗ ସମ୍ବଳିତ ବାର୍ତ୍ତା ପୋଷ୍ଟ କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି । ଫେସବୁକ, ଇନଷ୍ଟାଗ୍ରାମ ଏବଂ ଏକ୍ସ ପ୍ରତ୍ୟେକରୁ ୩ ଟି ଶ୍ରେଷ୍ଠ ଓ ହୃଦୟସ୍ପର୍ଶୀ ବିବେଚିତ ସେଲଫି ଏବଂ ବାର୍ତ୍ତା ପ୍ରେରକଙ୍କୁ ବିଜେତା ଘୋଷଣା କରାଯିବ