ମାଟ୍ରିକ ପରୀକ୍ଷା ରେ କଳାହାଣ୍ଡି ଜିଲ୍ଲା ଟପ୍ପର ହେଲେ ଶ୍ରୀୟାଂଶି ସାହୁମ,ରାମପୁର ଅଞ୍ଚଳ ରେ ଖୁସି ରେ ମାହୋଲ
ମ,ରାମପୁର,୨/୦୫-(ଦୁର୍ଗା କୀର୍ତ୍ତି):- ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥିରେ ଶ୍ରୀୟାଂଶି ସାହୁ ମାର୍କ:୫୮୨ ରଖି ଜିଲ୍ଲା ଟପ୍ପର ହେଇଛନ୍ତି । ସେ ମୁଖୀ ଗୁଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଅଧ୍ୟୟନ କରୁଥିଲେ । ମ,ରାମପୁର ର ଝିଅ ଶ୍ରୀୟାଂଶି ଙ୍କ ଏହି ସଫଳତା ପରେ ଅଞ୍ଚଳ ରେ ଖୁସି ର ଲହରୀ ଖେଳି ଉଠିଛି । ସେ ଏହି ସଫଳତା ପାଇଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ମୁଖି ଗୁଡା ର ପ୍ରଧାନ ଆଚାର୍ଯ୍ୟ
ଅଜୟ କୁମାର ପାଢ଼ୀ, ଗୁରୁଜୀ ଗୁରୂମା ଙ୍କୁ ପ୍ରଦାନ କରିଛନ୍ତି । ମ,ରାମପୁର ନିବାସୀ ଅଧ୍ୟାପକ ଶିଶିର କୁମାର ସାହୁ ଓ ଶିକ୍ଷୟିତ୍ରୀ ସନ୍ଧ୍ୟା ରାଣୀ ସାହୁ ଙ୍କ ବଡ଼ ଝିଅ , ତଥା ସାମ୍ବାଦିକ ହେମନ୍ତ ସାହୁ ଙ୍କ ଝିଆରୀ ଶ୍ରୀୟାଂଶି ନିଜ ର ଅଧ୍ୟବସାୟ ବଳରେ ଏହି ସଫଳତା ପାଇଛି ଏବଂ ଏହାର ଶ୍ରେୟ ମୋର୍ ଗୁରୁଜନ ଙ୍କୁ ଅର୍ପଣ କରୁଛି ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।