ମିଛ ପ୍ରତିଶୃତି ଦେଇ ସର୍ବଶ୍ୱ ଲୁଟି ନେଲା କମ୍ପାନୀ : ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ପରେ ମଧ୍ୟ ନିରାଶ ବିସ୍ଥାପିତ।
ଥୁଆମୂଳ ରାମପୁର,୦୭/୦୫-(ଦୁର୍ଗା କୀର୍ତ୍ତି):- ଆଶାଥିଲା କମ୍ପାନୀ ଆସିବ, ଅଞ୍ଚଳର ବିକାଶ ହେବ। ଅଞ୍ଚଲର ବିକାଶ ସହ ଲୋକଙ୍କ ସାମାଜିକ ଓ ଆର୍ଥିକ ବିକାଶ ହେବ। ନିଯୁକ୍ତି ବଢ଼ିବ ଦାଦନ ହଟିବ। ଏଭଲି କିଛି ଆଶା ଓ ସ୍ୱପ୍ନ ନେଇ କମ୍ପାନୀ ହାତରେ ନିଜର ଭୀଟା ମାଟି ଟେକି ଦେଇଥିଲେ ଲୋକେ। କମ୍ପାନୀ ତ’ ଆସିଲା ହେଲେ ଲୋକଙ୍କୁ ଦେଇଥିବା ପ୍ରତିଶୃତିକୁ ଭୁଲିଯାଇ ଏବେ ସେହି ହିତାଧିକାରୀ ଙ୍କୁ ନାଲି ଆଖି ଦେଖାଉଛି ବହୁ ରାଷ୍ଟ୍ରୀୟ କମ୍ପାନୀ ଉତ୍କଳ ଆଲୁମିନା। କଥା କହିଲେ ପୋଲିସ୍ ଲଗାଇ ଲୋକଙ୍କୁ ମାଡ ମାରୁଥିବା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ବାରମ୍ବାର ହେବାପରେ କାହିଁକି ଚୁପ ପ୍ରଶାସନ। କଳାହାଣ୍ଡି ଓ ରାୟଗଡା ସୀମାନ୍ତରେ ଥିବା ବଫଲା ମାଲି ପାହାଡ଼ର ଖଣି ଖନନ ପାଇଁ ୨୫.୦୯.୧୯୯୫ ମସିହାର ରାୟଗଡ଼ା ଜିଲ୍ଲାର ଟିକିରି ଥାରେ କମ୍ପାନୀ ପ୍ରତିଷ୍ଠା ହୋଇଥଲା।

କମ୍ପାନୀ ପ୍ରତିଷ୍ଠା ସମୟର ବଫଲାମାଲି ପାହାଡ଼ ଅଧୀନରେ ଥିବା ମାଳିଗାଁ, ଗୋପୀନାଥପୁର ଓ ଅଡ୍ରି ଆଦି ପଞ୍ଚାୟତର ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଗାଁ ପ୍ରଭାବିତ ହୋଇଥଲା। ସେହି ସମୟରେ ଅଞ୍ଚଳର ବିକାଶ ସହ ସ୍ଥାନିୟ ଳୋକଙ୍କୁ ନିଯୁକ୍ତି ଓ ସାମାଜିକ ଓ ଆର୍ଥିକ ସ୍ଥିତିର ବିକାଶ କରିବାର ପ୍ରତିଶୃତି ଦେଇଥିଲା କମ୍ପାନୀ, ହେଲେ କମ୍ପାନୀ ପ୍ରତିଷ୍ଠାର ଆଜକୁ ୩୦ ରୁ ଉର୍ଦ୍ଧ ବର୍ଷ ବିତି ଯାଇଥିବା ବେଳେ, ବର୍ତ୍ତମାନ ଅଞ୍ଚଳର ବିକାଶର କଥା ପଚାରିଲେ ନାଲି ଆଖି ଦେଖାଉଛି କମ୍ପାନୀ। ଏହା ସହିତ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟରେ ମଧ୍ୟ କମ୍ପାନୀର କର୍ମଚାରୀ ବାଧା ଶୃଷ୍ଟି କରୁଥିବା ନେଇ ବିଗତ ଦିନରେ ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେବା ସହିତ ସ୍ଥାନୀୟ ବିଧାୟକ ଏନେଇ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କମ୍ପାନୀ ଓ ସରକାରଙ୍କ ଉପରେ ବର୍ଷିଥିଲେ। ଏହାର କିଛିଦିନ ବ୍ୟବଧାନ ପାରେ ଉକ୍ତ ଅଂଚଳର ୪୦ ରୁ ଉର୍ଦ୍ଧ ବେକାର ଯୁବକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ବାସ ଭବନ ଯାଇ ମଧ୍ୟ ତାଙ୍କୁ ସାକ୍ଷାତ କରିବା ସହ ବିସ୍ଥାପିତଙ୍କ ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାର ସମ୍ପର୍କରେ ଅବଗତ କରାଇବା ସହ ଉକ୍ତ କମ୍ପାନୀରେ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ର ଯୋଗାଇ ଦିଆଯାଉ ବୋଲି ଲିଖିତ ଅଭିଯୋଗ ମଧ୍ୟ କରିଥିଲେ l

ସେ ସମୟରେ ପିସିସି ସଭାପତିଙ୍କୁ କମ୍ପାନୀ ପକ୍ଷରୁ ୭ ଦିନ ସମୟ ମଗାଯାଇଥିଲା ହେଲେ ପର୍ତମନ୍ ସୁଧା କୌଣସି ପ୍ରକାର ବ୍ୟବସ୍ଥା କରାଗଲା ନାହିଁ l ଏପଟେ କମ୍ପାନୀର ବକ୍ସାଇଟ ଗୁଣ୍ଡରେ ଲୋକେ ଅତିଷ୍ଟ ହୋଇ ପଡ଼ିଥିବା ବେଳେ କମ୍ପାନୀ ଆସିବା ଦିନ ଠାରୁ ଲୋକଙ୍କ ସମସ୍ୟ ଦ୍ଵିଗୁଣିତ ହୋଇଥିବା ଜଣାଯାଏ ।