ମେ ମାସରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ ।

ମେ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ । ମେ ମାସରେ, ବିଭିନ୍ନ ରାଜ୍ୟରେ ୬ଟି ଛୁଟି ଅଛି, ତା ସହିତ, ମାସର ୪ଟି ରବିବାର ଏବଂ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ବ୍ୟାଙ୍କ ଛୁଟି ରହିବ। ମେ ମାସରେ ୧ ମେ’ ହେଉଛି ଶ୍ରମିକ ଦିବସ। ସାରା ଦେଶରେ ବନ୍ଦ ରହିଛି ବ୍ୟାଙ୍କ । ୯ ମେ’ରେ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମଦିନ । ଏହି ଅବସରରେ କୋଲକାତାରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।ସେହିଭଳି ୧୨ ମେ’ ରେ ବୁଦ୍ଧ ପୂର୍ଣ୍ଣିମା । ଏଥିପାଇଁ ଅଗରତାଲା, ଆଇଜଲ, ବେଲାପୁର, ଭୋପାଳ, ଡେରାଡୁନ, ଇଟାନଗର, ଜମ୍ମୁ, କାନପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ରାଞ୍ଚି, ସିମଲା ଏବଂ ଶ୍ରୀନଗରରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

୧୬ ମେ’ରେ ରାଜ୍ୟ ଦିବସ । ଏହି ଦିନ ସିକିମର ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।୨୬ ମେ’ କାଜି ନଜରୁଲ ଇସଲାମଙ୍କ ଜନ୍ମଦିନ । ଏଥିପାଇଁ ତ୍ରିପୁରାରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।୨୯ ମେ’ ମହାରାଣା ପ୍ରତାପ ଜୟନ୍ତୀ । ଏଥିପାଇଁ ହିମାଚଳ ପ୍ରଦେଶରେ ବନ୍ଦ ରହିବ ବ୍ୟାଙ୍କ।

Ad 13