ମେ ୧୩ରେ ଦକ୍ଷିଣ ଆଣ୍ଡାମାନ ଛୁଇଁବ ମୌସୁମୀ !
ଏଥର ଆଗୁଆ ଆସିବ ମୌସୁମୀ। ଏନେଇ ‘X’ରେ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।ଆସନ୍ତା ସପ୍ତାହରେ ବଙ୍ଗୋପସାଗର ଛୁଇଁବ ମୌସୁମୀ। ୧୩ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ଛୁଇଁବ ମୌସୁମୀ। ଦକ୍ଷିଣଆଣ୍ଡାମାନ ସାଗର, ଦକ୍ଷିଣବଙ୍ଗୋପସାଗରର କିଛି ଅଞ୍ଚଳ ଏବଂ ନିକୋବର ଦୀପପୁଞ୍ଜ ଅଞ୍ଚଳକୁ ଆଗାମୀ ୧୩ ତାରିଖ ବେଳକୁ ଦକ୍ଷିପଶ୍ଚିମ ମୌସୁମୀ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ହେଉଛି। ଏହା ପ୍ରଭାବରେ ମେ’ ୨୨ ତାରିଖ ସୁଦ୍ଧା ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।