ମୋନକିବାତ କାର୍ଯ୍ୟକ୍ରମରେ ପାଟଣାରେ ମେଘାଷ୍ଟିଲ ପ୍ଲାଣ୍ଟ ହେବ ବୋଲି ଘୋଷଣା କଲେ ପାଟଣା ବିଧାୟକ

ପାଟଣା: ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମରୁସୁଆଁ ପଞ୍ଚାୟତ କିଆପଡା ଗ୍ରାମରେ ଅନୁଷ୍ଠିତ ହୋଇଥିବା ମନକି ବାତ କାର୍ଯ୍ୟକ୍ରମ ରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ରବିବାର ଦିନ ମୋନକି ବାତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମଦିଙ୍କ ଲୋକାକୀ ମୁଖୀ ଯୋଜନା ବିଷୟରେ ଲୋକମାନଙ୍କୁ ଅଭିଭାଷଣ ରଖିଥିଲେ ତାହା ସହିତ ପାଟଣାରେ ମେଘା ଷ୍ଟିଲ ପ୍ଲାଣ୍ଟ ହେବ ଉପସ୍ଥିତ ମହିଳା ମାନଙ୍କୁ କହିଥିଲେ ଏହି ପ୍ଲାଣ୍ଟ ହେଲେ ପାଟଣା ଅଞ୍ଚଳର ବେକାର ଯୁବକ ଯୁବତୀ ମାନେ ନିଯୁକ୍ତି ପାଇବେ ତାହା ସହିତ ଏହି ଅଞ୍ଚଳର ଉନ୍ନତି ହେବା ସହ ଅଂଚଳରେ ଜନସାଧାରଣ ମାନେ ଏହି ପ୍ଲାଣ୍ଟକୁ କୁ ନେଇ ଏକ ସଫକ୍ଷ ବାଦୀ ସଂଘଠନ କରନ୍ତୁ ବିଧାୟକ ପରାମର୍ଶ ଦେଇଛନ୍ତି। ଏହି ମନକୀ ବାତ କାର୍ଯ୍ୟକ୍ରମ ରେ ଖଗେଶ୍ୱର ମହାନ୍ତ, ଅଜିତ କୁମାର ସାହୁ, ଦୀପକ କୁମାର ସାହୁ, ଡମ୍ବୁଧର ମହାନ୍ତ, ମାୟାଧର ମହାନ୍ତ, ଶ୍ରଦ୍ଧାର ସାହୁ, ନତରଞ୍ଜନ ମହାନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ୨୦୦ସହ ମହିଳା ଓ ପୁରୁଷ ସାମିଲ ହୋଇଥିଲେ।

Ad 13