ମୋହନ ସରକାରକୁ ପୂରିବ ବର୍ଷେ; ରାଜ୍ୟବାସୀଙ୍କୁ ରିପୋର୍ଟ କାର୍ଡ ଦେବେ ସରକାର
ଓଡ଼ିଶାରେ ବିଜେପି ସରକାରକୁ ଏକ ବର୍ଷ ପୁରା ହେବାକୁ ଯାଉଛି । ବିଜେପି ଓଡ଼ିଶାରେ ପ୍ରଥମଥର ପାଇଁ ସରକାର କରିଛି । ରାଜ୍ୟବାସୀଙ୍କୁ ଏହାର ରିପୋର୍ଟ କାର୍ଡ ଦେବେ ମୋହନ ମାଝୀ ସରକାର । ଏଥିପାଇଁ ମନ୍ତ୍ରୀମାନେ ଆରମ୍ଭ କଲେଣି ନିଜର ରିପୋର୍ଟ କାର୍ଡ । ବର୍ଷକ ଭିତରେ କଣ କରିଛନ୍ତି ଏବଂ କେତେ ସଫଳତା କେତେ ବିଫଳତା ମିଳିଛି, ତାର ଦେବେ ରିପୋର୍ଟ। ଏହି ଏକ ବର୍ଷ ଭିତରେ ସରକାର ପାଇଁ ଆଚିଭମେଣ୍ଟ ଯେତିକି ଚ୍ୟାଲେଞ୍ଜ ବି ସେତିକି । ଲୋକଙ୍କ ସରକାର, ଲୋକଙ୍କ ମୁଖ୍ୟମନ୍ତ୍ରୀ ଲୋକଙ୍କ ବିକାଶ ପାଇଁ କେତେ କାମ କରିଛନ୍ତି, ତାର ଦେବେ ରିପୋର୍ଟ କାର୍ଡ। ନିର୍ବାଚନ ପୂର୍ବରୁ ବିଜେପି କଣ ପ୍ରତିଶ୍ରୁତି ଦେଇଥିଲା ନିଜ ଇସ୍ତାହାରରେ। ସରକାରକୁ ଆସିବା ପରେ ଏହାକୁ କେତେ ପୁରା କରିଛି । ରାଜ୍ୟବାସୀଙ୍କୁ ଏହାର ରିପୋର୍ଟ କାର୍ଡ ଦେବେ ମୋହନ ସରକାର ।