ଯୌତୁକରେ ଫ୍ରିଜ ଓ କୁଲର ନମିଳିବାରୁ ସ୍ତ୍ରୀ ଚୁଟି କାଟିଲା ସ୍ବାମୀ
ଉତ୍ତରପ୍ରଦେଶରେ ଯୌତୁକରେ ମିଳିଲାନି କୁଲର ଓ ଫ୍ରିଜ୍ । ରାଗିକି ସ୍ତ୍ରୀର କାଟି ଦେଲେ ଚୁଟି। ଏମିତି ଘଟଣା ଘଟିଛି ଉତ୍ତର ପ୍ରଦେଶ ହରଦୋଇ ଜିଲ୍ଲାରେ । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିଛି ।ମହିଳାଙ୍କ ବାପା ରାଧାକୃଷ୍ଣ ଝିଅକୁ ଯୌତୁକ ନିର୍ଯାତନା ଦେଉଥିବା ନେଇ ତାଙ୍କ ପତି ରାମପ୍ରସାଦଙ୍କ ନାଁରେ ଥାନାରେ ଅଭିଯୋଗ କରିବା ପରେ ଘଟଣା ଜଣାପଡ଼ିଥିଲା । ରାଧାକୃଷ୍ଣ କହିଛନ୍ତି, ପ୍ରାୟ ଏକ ବର୍ଷ ହେବ ତାଙ୍କ ଝିଅର ବାହାଘର ରାମପ୍ରତାପଙ୍କ ସହ ହୋଇଛି । ବିବାହ ପରଠାରୁ ଯୌତୁକ ପାଇଁ ଶ୍ବଶୁର ଘର ଲୋକେ ଝିଅକୁ ନିର୍ଯାତନା ଦେଉଥିଲେ । ଏହାସହ ବାପଘରୁ ଫ୍ରିଜ ଓ କୁଲର ଆଣିବାକୁ ଚାପ ପକାଉଥିଲେ ।ଅନ୍ୟପକ୍ଷେ ଘଟଣାର ଏକ ସପ୍ତାହ ପୂର୍ବରୁ ରାମକୃଷ୍ଣ ଝିଅକୁ ଘରକୁ ନେଇଥିଲେ । ନିକଟରେ ଯୁବତୀ ଜଣଙ୍କ ବ୍ୟୁଟି ପାର୍ଲର ଯାଇଥିବା ବେଳେ ରାମପ୍ରତାପ ତିନିଜଣ ସାଥୀଙ୍କ ସହ ସେଠାରେ ପହଞ୍ଚି ପତ୍ନୀଙ୍କ ଚୁଟି କାଟି ଦେଇଥିଲେ।
ହେଲେ ଜ୍ଵାଇ ରାମକୃଷ୍ଣଙ୍କ ଅଭିଯୋଗ ମିଛ ବୋଲି କହିଛନ୍ତି । ସେମାନଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ସ୍ତ୍ରୀ ବ୍ୟୁଟି ପାର୍ଲର ଯିବାକୁ ନେଇ ରାମପ୍ରତାପ ଅସନ୍ତୁଷ୍ଟ ଥିଲେ । ଏହି କାରଣରୁ ସେ ଏପରି କରିଛନ୍ତି । ପୋଲିସ ଷ୍ଟେସନ ଇନଚାର୍ଜ କୌଶଲ କିଶୋର ଯାଦବ କହିଛନ୍ତି ଯେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଶନିବାର ସକାଳେ ଅଭିଯୁକ୍ତ ସ୍ୱାମୀଙ୍କ ବିରୋଧରେ ଧାରା ଏବଂ ଡିପି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।