ରଥଯାତ୍ରା ଦେଖିବାକୁ ଆସିବେ ପ୍ରଧାନମନ୍ତ୍ରୀ ।
ରଥଯାତ୍ରା ଦେଖିବାକୁ ଆସିବେ ପ୍ରଧାନମନ୍ତ୍ରୀ । ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେବଳ ପ୍ରଧାନମନ୍ତ୍ରୀଙ୍କୁ ନୁହେଁ ବରଂ କେନ୍ଦ୍ର ମନ୍ତ୍ରୀ ଏବଂ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଯାହା ବିଷୟରେ ଦିଲ୍ଲୀରୁ ଫେରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି। ତେବେ ଚଳିତ ବର୍ଷ ଜୁନ୍ ୨୭ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି ।