ରାଜ୍ୟରେ ୩ ବର୍ଷରେ ୮୪ଟି ନକଲି ମେଡିସିନ୍ ଚିହ୍ନଟ
ରାଜ୍ୟରେ ସବୁ ମିଳୁଛି ନକଲି। ପୂଜା ଘିଅଠାରୁ ଆରମ୍ଭ କରି ଗାଡ଼ି ଇଞ୍ଜିନ ଅଏଲ ସବୁ ନକଲି। ଏବେ ଲୋକମାନଙ୍କର ଜୀବନ ରକ୍ଷା ପାଇଁ ନକଲି ଔଷଧ ମଧ୍ୟ ମିଳୁଥିବା ଜଣା ପଡିଛି।ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉତ୍ତର । ରାଜ୍ୟରେ ୩ ବର୍ଷରେ ୮୪ଟି ନକଲି ମେଡିସିନ୍ ଚିହ୍ନଟ ହୋଇଛି ।
ମନ୍ତ୍ରୀଙ୍କ କହିବା ଅନୁସାରେ, ଗତ ୩ ବର୍ଷରେ ୧୩ ହଜାର ୫୨ଟି ନମୂନା ପରୀକ୍ଷଣ କରାଯାଇଥିଲା । ସେଥି ମଧ୍ୟରୁ ୮୪ଟି ମେଡିସନ୍ ନକଲି ଥିବା ଚିହ୍ନଟ ହୋଇଛି ।ନକଲି ମେଡିସନ୍ ନେଇ ୧୦୭ ମାମଲା ହୋଇଥିବା ବେଳେ ୧୫ ଜଣ ଗିରଫ ହୋଇଛନ୍ତି । ୩ ବର୍ଷ ମଧ୍ୟରେ ୩,୪୬୨ଟି ଚଢ଼ାଉ କରାଯାଇଥିବା ନେଇ ମଧ୍ୟ ମନ୍ତ୍ରୀ କହିଛନ୍ତି ।ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ନକଲି କିମ୍ବା ନକଲି ଔଷଧର ଏକ ବଡ଼ ବୃଦ୍ଧି ଘଟିଛି, ଯାହା ଅନେକ ରୋଗୀଙ୍କ ଜୀବନକୁ ବିପଦରେ ପକାଇଛି। ରିପୋର୍ଟ ଅନୁଯାୟୀ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, କୋଲକାତା ଏବଂ ହାଇଦ୍ରାବାଦ ଭଳି ଅନ୍ୟ ସ୍ଥାନରୁ ନକଲି ଔଷଧ ଯୋଗାଣ କରାଯାଇଥିଲା।