ରାଜ୍ୟର ଅଳ୍ପ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ କ୍ରମେ ଦୁର୍ବଳ ହୋଇ ଶୁକ୍ରବାର ଅବପାତରେ ପରିଣତ ହୋଇଛି। ଏହା ପ୍ରଭାବରେ ଉତ୍ତରପୂର୍ବ ରାଜ୍ୟଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ତେବେ ଓଡ଼ିଶାର କିଛି ଜିଲାରେ ବର୍ଷା ହୋଇଥିଲେ ମଧ୍ୟ ଅଧିକାଂଶ ଜିଲାରେ ପାଗ ଶୁଖିଲା ରହିବା ସହ ଗୁଳୁଗୁଳି ଅନୁଭୂତ ହୋଇଛି।ଶନିବାର ରାଜ୍ୟର ଅଳ୍ପ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ବିଶେଷକରି ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଆଦି ଜିଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କି.ମି. ବେଗରେ ପବନ ବହିପାରେ।