ରେକର୍ଡ ବ୍ରେକ କରୁଛି ସୁନା ଦର | ଏପ୍ରିଲରେ ୧ ଲକ୍ଷ ଛୁଇଁବ
ଖରାପ ହେବାରେ ଲାଗିଛି ଆମେରିକା ଓ ଚୀନ୍ ମଧ୍ୟରେ ବିବାଦ । ଆଉ ଟାରିଫ୍ ଓ୍ୱାରକୁ ନେଇ ବିଶ୍ୱରେ ବି ଉତ୍ତେଜନା ଦେଖିବାକୁ ମିଳିଛି । ଖାସ୍ କରି ସୁନା ଉପରେ ପଡିଛି ପ୍ରଭାବ ।ବିଶେଷଜ୍ଞଙ୍କ ମତରେ, ଆଗାମୀ ଦିନରେ ସୁନାର ମୂଲ୍ୟ ଆହୁରି ବୃଦ୍ଧି ପାଇପାରେ। ଏହାର ଅର୍ଥ ହେଉଛି ଯେ ଖବ୍ଶୀଘ୍ର ଦିଲ୍ଲୀରେ ସୁନାର ମୂଲ୍ୟ ୧ ଲକ୍ଷ ଟଙ୍କାରେ ପହଞ୍ଚିପାରେ। ଅପରପକ୍ଷେ ଦେଶର ଫ୍ୟୁଚର୍ସ ବଜାରରେ ମଧ୍ୟ ସୁନା ମୂଲ୍ୟରେ ବୃଦ୍ଧି ଦେଖାଯାଉଛି। ଏପ୍ରିଲ ୭ ତାରିଖ ପରଠାରୁ ଫ୍ୟୁଚର୍ସ ବଜାରରେ ସୁନା ମୂଲ୍ୟ ୬,୮୦୦ ଟଙ୍କାରୁ ଅଧିକ ବୃଦ୍ଧି ପାଇଛି। ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ, ଚାରି ଦିନର ହ୍ରାସ ପରେ, ୯୯.୫ ପ୍ରତିଶତ ଶୁଦ୍ଧ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୯୬,୦୦୦ ଟଙ୍କାରେ ପହଞ୍ଚିଛି । ଯେତେବେଳେ ବୁଧବାର ଏହା ୮୯,୭୫୦ ଟଙ୍କାରେ ବନ୍ଦ ହୋଇଥିଲା । ଏହା ଏପର୍ଯ୍ୟନ୍ତର ସର୍ବୋଚ୍ଚ ସ୍ତର। ସେହିପରି, ଯଦି ଆମେ ୯୯.୯ ପ୍ରତିଶତ ଶୁଦ୍ଧ ସୁନା ବିଷୟରେ କଥା ହେବା, ତେବେ ଏହାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ଆଜି ଏହାର ମୂଲ୍ୟ ପୂର୍ବ ଦିନର ୯୦,୨୦୦ ଟଙ୍କା ତୁଳନାରେ ୯୬,୪୫୦ଟଙ୍କାରେ ବନ୍ଦ ହୋଇଛି।
ସୁନା ସହିତ ରୂପାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ୨,୩୦୦ ଟଙ୍କା ବୃଦ୍ଧି ପାଇ ଏହା କିଲୋଗ୍ରାମ ପିଛା ୯୫,୫୦୦ ଟଙ୍କାରେ ପହଞ୍ଚିଛି, ଯେତେବେଳେ ପୂର୍ବରୁ ଏହା ୯୩,୨୦୦ ଟଙ୍କାରେ ବନ୍ଦ ହୋଇଥିଲା।