ଶୁଣିଲେ ନାହିଁ ପ୍ରଶାସନ : ଶେଷରେ ନିଜ ଉଦ୍ୟମରେ କଲେ ଅସ୍ଥାୟୀ କାଠ ପୋଲ ନିର୍ମାଣ l
ଥୁଆମୂଳ ରାମପୁର,୨୦/୦୫-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଏକ ଆଦିବାସୀ ଅଧ୍ୟୁଷିତ ଅନୁନ୍ନତ ଅଞ୍ଚଳ ଭାବେ ଜଣାଶୁଣା l ଏବେବି ଏହି ବ୍ଲକ୍ ଅବହେଳିତ ନିଷ୍ପେସିତ ହୋଇ ରହିଛି। ବ୍ଲକ୍ ର ଅନେକ ଗ୍ରାମପଞ୍ଚାୟତ ର ଗ୍ରାମ ମାନଙ୍କରେ ଏବେବି ଲୋକ ସଧାରଣ ମୌଳିକ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ଅଛନ୍ତି lଏହି ବ୍ଲକ ରେ ବସବାସ କରୁଥିବା ନୀରିହ ଅଞ୍ଚଳବାସୀଙ୍କ ନିକଟରେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ପହଞ୍ଚିବା ସାତ ସପନ ପାଲଟିଛି । ଫଳରେ ଲୋକେ ଅତି ଦୟନୀୟ ଅବସ୍ଥାରେ ନିଜ ଜୀବନଜୀବିକା ନିର୍ବାହ କରି ଦିନ କାଟନ୍ତି । ଏଭଳି ଏକ ଖବର ସାମ୍ନା କୁ ଆସିଛି ବ୍ଲକ୍ ର କାଣିଗୁମା ପଞ୍ଚାୟତ ଅଧିନସ୍ଥ ଫୁଲଡୁମେର ଗ୍ରାମରୁ l ଏହି ଗ୍ରାମ ଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରୁ ହାରାହାରି ୫ ରୁ ୭କିମି ଦୂର ରେ ଥିବା ବେଳେ ଏହି ଗ୍ରାମରେ ପାଖାପାଖି ୩୫ ରୁ ୪୦ ଅଧିବାସୀ ସମ୍ପ୍ରଦାୟ ପରିବାର ବସବାସ କରୁଛନ୍ତି l ଏମାନଙ୍କ ଯାତାୟାତ ପାଇଁ ଗୋଟିଏ ମାତ୍ର ଭରସା ଏହି ଫୁଲଡୁମେର ମୁଖ୍ୟ ରାସ୍ତା l ବର୍ଷା ଚାରି ମାସ ଏମାନଙ୍କ ଯାତାୟତରେ ସାଜିଥାଏ ବାଧକ। ଏହି ନାଳ ଯୋଗୁଁ ସେ ରୋଗୀ ସେବା ହେଉ କି, ସ୍କୁଲ କି ଅନ୍ୟ ଯେ କୌଣସି ସେବା ମଧ୍ୟ ସମ୍ପୁର୍ଣ୍ଣ ଠପ୍ ହୋଇଯାଏ। ସେଥିପାଇଁ ବାଧ୍ୟହୋଇ ଜଙ୍ଗଲରୁ ଗଣ୍ଡି ସଂଗ୍ରହ କରି ନାଳ ଉପରେ ପକାଇ ନିଜ ଗାଁ ର ସୁବିଧା ଲାଗି ନିର୍ମାଣ କଲେ କାଠ ପୋଲ l ଏହି ନାଳ ଉପରେ କଲଭର୍ଟ କିମ୍ବା ବ୍ରିଜ୍ ନିର୍ମାଣ କରିବାକୁ ଗ୍ରାମ ପଞ୍ଚାୟତର ଅଧିକାରୀଙ୍କ ଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନଙ୍କ ନିକଟରେ ବହୁବାର ଦାବି କରିଆସୁଥିଲେ ମଧ୍ୟ କୌଣସି ଫଳ ମିଳିନାହିଁ। ଶେଷରେ ବାଧ୍ୟହୋଇ ଫୁଲଡୁମେର ଗ୍ରାମବାସୀ ନିଜସ୍ୱ ଉଦ୍ୟମରେ ଅସ୍ଥାୟୀ ପୋଲ ନିର୍ମାଣ କରି ଯାତାୟତ କରିବାକୁ ଅଣ୍ଟା ଭିଦିଥିବା ଫୋଟୋ ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ବେଳେ ବିଭିନ୍ନ ଲୋକ ବିଭିନ୍ନ ମତ ପ୍ରକାଶ କରୁଛନ୍ତି l ଏସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଧ୍ରୁବକାନ୍ତ ମାଝୀଙ୍କୁ ପଚାରିବାରୁ ଯେ କୌଣସି ସ୍ତରରୁ ମଧ୍ଯ ଆଗାମୀ ଦିନରେ ଏହାର ସ୍ଥାୟୀ ବ୍ୟବସ୍ଥା କରାଯିବ ବୋଲି କହିଥିବା ବେଳେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସେମ୍ବୁ ପ୍ରସାଦ କେଙ୍ଗୁଆଙ୍କୁ ପଚାରିବାରୁ ଏ ବିଷୟରେ ମୋ ପାଖରେ ଆଗରୁ କୌଣସି ସୂଚନା ନଥିଲା ଦେଖିବା ଆଗାମୀ ଦିନରେ ଉପରସ୍ତ ଅଧିକାରୀଙ୍କୁ କହି କଣ ଗୋଟେ ବ୍ୟବସ୍ଥା କରିବା ବୋଲି କହିବା ସହ ଗୋଟେ ଗ୍ରାମ ପଞ୍ଚାୟତ ସ୍ତରରେ ମଧ୍ୟ କିଛି କରିବୁ ବେଳେ କରିହେବ ଇଚ୍ଛା ଶକ୍ତି ଦରକାର ବୋଲି କହିଥିଲେ l