ଶ୍ରୀ ପାଣ୍ଡିଆନଙ୍କ ବିଷୟରେ ସମାଲୋଚନାକୁ ନବୀନଙ୍କ ନାପସନ୍ଦ

ପୁଣିଥରେ ଭିକେ. ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ନବୀନ ପଟ୍ଟନାୟକ। ”ପାଣ୍ଡିଆନ କେବଳ ଦଳ ପାଇଁ ନୁହେଁ ରାଜ୍ୟ ପାଇଁ ମଧ୍ୟ ଅନେକ କାମ କରିଛନ୍ତି। ତେଣୁ ତାଙ୍କୁ କୌଣସି ପ୍ରକାର ବଦନାମ କରିବା ଉଚିତ ନୁହେଁ।’ଆଜି ଦୁଇଟି ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଓ ପିଟିଆଇକୁ ଶ୍ରୀ ପଟ୍ଟନାୟକ କହିଛନ୍ତି, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଏବେ ବିଜୁ ଜନତା ଦଳରେ ନାହାନ୍ତି। ବହୁ ପୂର୍ବରୁ ସେ ଚିଟଫଣ୍ଡ ଦୁର୍ନୀତିରେ ଜଡିତ ହୋଇ ଜେଲ ଯିବା ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ସେ କହିଛନ୍ତି।ୱାକଅଫ୍ ବିଲ ଭୋଟକୁ ନେଇ ଭାଗ ଭାଗ ହୋଇଯାଇଥିଲା ବିଜେଡି । ପାଣ୍ଡିଆନ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ସ୍ଥିତିକୁ ଉପୁଜିଥିଲା । ଜଣଙ୍କ ପରେ ଜଣେ ନେତା ପାଣ୍ଡିଆନଙ୍କ ନାଁ ନେଇ ଖୋଲାଖୋଲି ବିଦ୍ରୋହ ଆରମ୍ଭ କରିଥିଲେ । ଯେଉଁମାନେ ମୂଳରୁ ନବୀନଙ୍କ ସହ କାମ କରିଛନ୍ତି ସେମାନେ ଏକାଠି ହୋଇ ବିଷୋଦଗାର କରିଥିଲେ । ଦଳକୁ ପାଣ୍ଡିଆନଙ୍କ କବଳରୁ ଦଳକୁ ମୁକ୍ତ କରିବା ପାଇଁ ସିଧାସଳଖ ଦାବି କରିଥିଲେ । ଆଉ ନବୀନ ସାମ୍ନାକୁ ଆସି ପ୍ରତିକ୍ରିୟା ରଖନ୍ତୁ ବୋଲି ଦାବି କରିଥିଲେ । ତେବେ ଏତେ ସବୁ ଭିତରେ ସବୁ ଚର୍ଚ୍ଚାରେ ଆଜି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ନବୀନ । ଆଉ ପାଣ୍ଡିଆନଙ୍କୁ ଦେଇଛନ୍ତି କ୍ଲିନଚିଟ୍ । ତେଣୁ ତାଙ୍କୁ ସମାଲୋଚନା କରାଯିବ ଉଚିତ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଶ୍ରୀ ପାଣ୍ଡିଆନ ୧୦ ମାସ ପୂର୍ବରୁ ଦଳରୁ ଇସ୍ତଫା ଦେଇସାରିଛନ୍ତି ତେଣୁ ତାଙ୍କ ବିଷୟରେ ସମାଲୋଚନାକୁ ନବୀନ ନାପସନ୍ଦ କରିଛନ୍ତି।

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନିଜ ଏଟିଏମ ଟ୍ରାଞ୍ଜାକ୍ସନର ନିୟମରେ ପରିବର୍ତ୍ତନ କରିଛି। ଏସବିଆଇ ନିଜ ଏଟିଏମ କାରବାର ଶୁଳ୍କ ଏବଂ ଫ୍ରୀ ଉପଯୋଗ ସୀମାରେ ପରିବର୍ତ୍ତନର ଘୋଷଣା କରିଛି।ଏସବିଆଇ ଫ୍ରୀ ଏଟିଏମ ଟ୍ରାଞ୍ଜାକ୍ସନର ସଂକ୍ୟାରେ ପରିବର୍ତ୍ତନ କରିଛି। ପରିବର୍ତ୍ତନ ଅନୁଯାୟୀ, ସମସ୍ତ ଗ୍ରାହକଙ୍କୁ ୧୦ଟି ଫ୍ରୀ ଟ୍ରାଞ୍ଜାକ୍ସନ ଏବଂ ଅନ୍ୟ ବ୍ୟାଙ୍କ ଏଟିଏମରେ ୫ ଫ୍ରୀ ଟ୍ରାଞ୍ଜାକ୍ସନ କରିବାର ଅଧିକାର ଦିଆଯାଇଛି।ଏସବିଆଇ ଏଟିଏମରେ ଲାଗୁଥିବା ଚାର୍ଜ ଉପରେ ମଧ୍ୟ ପରିବର୍ତ୍ତନ କରିଛି। ବ୍ୟାଙ୍କ ଅନୁଯାୟୀ, ଯଦି ଆପଣ ଥରେ ନିଜର ଫ୍ରୀ ଏଟିଏମ ଟ୍ରାଞ୍ଜାକ୍ସନର ଲିମିଟ ଶେଷ କରୁଛନ୍ତି ତେବେ ଏସବିଆଇ ଆପଣଙ୍କଠୁ ଏସବିଆଇ ଏଟିଏମରେ ପ୍ରତି ଟ୍ରାଞ୍ଜାକ୍ସନରେ ୧୫ ଟଙ୍କା ସହ ଜିଏସଟି ଆଦାୟ କରିବ।

Ad 13