ସଂଖ୍ୟାଲଘୁ ସଂପ୍ରଦାୟ କମିଟିରୁ ମୁନା ଖାନଙ୍କ ଇସ୍ତଫା
ଇସ୍ତଫା ଦେଲେ ମୁନା ଖାନ୍! ସଂଖ୍ୟାଲଘୁ ସଂପ୍ରଦାୟ କମିଟିରୁ ମୁନା ଖାନ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି। ବର୍ତ୍ତମାନ ନବୀନ ନିବାସରେ ପହଞ୍ଚିଛନ୍ତି ବିଜେଡି ଏମପି ମୁନା ଖାନ୍। ଗତ କିଛି ଦିନ ତଳେ ବିଜେଡି ନିଜର ସଂଖ୍ୟାଲଘୁ ସମ୍ପ୍ରଦାୟ ସେଲ୍ ଗଠନ କରିଥିଲା । ଯେଉଁଥିରେ ସ୍ଥାନ ପାଇଥିଲେ ସାଂସଦ ମୁନ୍ନା ଖାଁ ।
ଦଳର ସୁପ୍ରିମୋ ନବୀନ ପୁଟ୍ଟନାୟକ ତାଙ୍କୁ ସଂଖ୍ୟାଲଘୁ ସମ୍ପ୍ରଦାୟ ସେଲ୍ ସାଉଥ୍ ଜୋନର କୋ-ଅର୍ଡିନେଟର୍ ଭାବେ ଦାୟିତ୍ୱ ଦେଇଥିଲେ । ହେଲେ ଏବେ କିନ୍ତୁ ସେ ଏହି ପଦରୁ ଇସ୍ତଫା ଦେଇଥିବା ନେଇ ସୂଚନା ମିଳିଛି ।ମୁନା ଖାନ ଓଡ଼ିଶାରେ ଅଳ୍ପସଂଖ୍ୟକ ସମ୍ପ୍ରଦାୟର ଅଧିକାର ଓ କଲ୍ୟାଣ ପାଇଁ କାମ କରୁଥିବା ଜଣେ ପ୍ରମୁଖ ନେତା ଭାବେ ପରିଚିତ। ତାଙ୍କର ଏହି ନିଷ୍ପତ୍ତି ବିଜେଡି ଦଳ ତଥା ରାଜ୍ୟରେ ଅଲ୍ପସଂଖ୍ୟକ ସମ୍ପ୍ରଦାୟ ସହ ଜଡିତ ରାଜନୀତି ଉପରେ ପ୍ରଭାବ ପକାଇପାରେ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି।