ସହରାଞ୍ଚଳ ଗରିବଙ୍କ ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ପ୍ରୟାସ ‘ସହଯୋଗ’ ।
ସହରାଞ୍ଚଳ ଗରିବଙ୍କ ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ପ୍ରୟାସ ‘ସହଯୋଗ’ । ଏ ନେଇ ସୂଚନା ଦେଇଛନ୍ତି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।ହାତ ପାହାନ୍ତାରେ ବିଭିନ୍ନ ଯୋଜନାର ଫାଇଦା ପହଞ୍ଚାଇବ ସହଯୋଗ । ପ୍ରାରମ୍ଭିକ ଭାବେ ୮ଟି ବିଭାଗର ୧୩ ଯୋଜନାକୁ ସାମିଲ କରାଯାଇଛି । ଆବାସ, ରାସନ କାର୍ଡ, ଆୟୁଷ୍ମାନ ଭଳି ୧୩ ଯୋଜନା ସାମିଲ ।ତେବେ ପ୍ରଥମ ପର୍ଯ୍ୟାୟରେ ୮ଟି ଜିଲ୍ଲାର ୪୪ ପୌରାଞ୍ଚଳରେ କାର୍ଯ୍ୟକାରୀ ହେବ । ଖୋର୍ଦ୍ଧା, କଟକ, ଭଦ୍ରକ, ଗଞ୍ଜାମ, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜରେ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।ଆଜିଠୁ ୨ ମାସ ଡୋର୍ ଟୁ ଡୋର୍ ବୁଲି ସର୍ଭେ କରିବେ ଫ୍ରଣ୍ଟଲାଇନ ଓ୍ବାର୍କର।