ସାବଧାନ! କରୋନାର ନୂଆ ଭାରିଆଣ୍ଟ, ଜାଣନ୍ତୁ ଏହାର ଲକ୍ଷଣ

କରୋନାର ନୂତନ ଲହରୀ ଯୋଗୁଁ ସାରା ବିଶ୍ୱ ପୁଣି ଥରେ ଭୟଭୀତ । ଏହା ଏକ ଭାଇରସ ଯାହା ଜନଜୀବନକୁ ବ୍ୟାହତ କରୁଛି । JN.1 କରୋନାର ନୂଆ ଭାରିଆଣ୍ଟ ଯୋଗୁ ଭୟରେ ରହିଛନ୍ତି ଲୋକେ । କରୋନାର JN.1 ଭାରିଆଣ୍ଟ ୨୦୨୩ ଅଗଷ୍ଟରେ ପ୍ରଥମେ ଦେଖିବାକୁ ମିଳିଥିଲା । ଏହାକୁ ଓମିକ୍ରନର ଏକ ଅଂଶ ବୋଲି ବିବେଚନା କରାଯାଉଛି । BA.2.68 ରୁ ତିଆରି ଓମିକ୍ରନ ଉପ-ଭ୍ୟାରିଆଣ୍ଟ ।ବିଶେଷ କରି କୋଭିଡ-୧୯ ର ନୂଆ ପ୍ରଜାତି ଜେଏନ-୧ ଓ ଏହାର ସବ୍ ଭାରିଆଣ୍ଟ ଏଲଏଫ-୭, ଓ ଏନବି୧.୮ କାରଣରୁ ଏସିଆ ମହାଦେଶର ସିଙ୍ଗାପୁର ଓ ହଂକକଙ୍ଗରେ କରୋନାର ନୂଆ ପ୍ରଜାତି ବୃଦ୍ଧି ପାଇବାରେ ଲାଗିଛି । ଭାରତର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମୁତାବକ ଦେଶରେ ୧୯ ତାରିଖ ସୁଦ୍ଧା ୨୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା କି ଗତ ୧ ବର୍ଷ ମଧ୍ୟରେ ସବୁଠାରୁ ଅଧିକ । କରୋନାର ଏହି ନୂଆ ପ୍ରଜାତି ସଂକ୍ରମଣ ହେଲେ ବିଶେଷ କରି ଶୁଖିଲା କାଶ ଦୀର୍ଘଦିନ ଲାଗି ରହିବ । ଖାଦ୍ୟର ସ୍ୱାଦ ଜଣାପଡିବ ନାହିଁ, ମୁଣ୍ଡ ବ୍ୟଥା ହେବ । ଯାହାକି ସାଧାରଣ ଔଷଧରେ ଭଲ ହେବ ନାହିଁ । ଏହାସହ ନାକରୁ ପାଣି ଗଡିବା, ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା, ଦୁର୍ବଳ ଲାଗିବା ଭଳି ଲକ୍ଷଣ ଦେଖାଦେଇଥାଏ ।

ଏହି ଭୂତାଣୁରେ ଯଦି ସଂକ୍ରମିତ ହେଉଛନ୍ତି ତେବେ ତୁରନ୍ତ କୋଭିଡର ବୋଷ୍ଟର ଡୋଜ ନେବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

Ad 13