ସିଙ୍ଗାରି ଘାଟିରେ ଟ୍ରାକଟର ଦୁର୍ଘଟଣା ଡ୍ରାଇଭର ଗୁରୁତର।

ଥୁଆମୂଳ ରାମପୁର,୦୬/୦୪(ଦୁର୍ଗା କୀର୍ତ୍ତି):- ରବିବାର ଅପରାହ୍ନ ରେ ଥୁଆମୂଳ ରାମପୁର ଠାରୁ କଳମପୁର ମୁଖ୍ୟ ରାସ୍ତା ସିଙ୍ଗାରି ଘାଟିରେ ଥିବା ସିନା ଗଛ ପାଖରେ ଓଡି୦୮ଇ୩୩୬୩ ନମ୍ବର ନାମକ ଟ୍ରାକଟର ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଫଳରେ କିଛି ସମୟ ପାଇଁ ସେ ରାସ୍ତାରେ ଅନ୍ୟାନ୍ୟ ଗାଡ଼ି ମୋଟର ଯାତାୟାତ ବାଧା ପ୍ରାପ୍ତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନାରୁ ଜଣାପଡିଛି ଯେ କଳାହାଣ୍ଡି ଜିଲ୍ଲା ଥୁଆମୁଳ ଥାନା ଅନ୍ତର୍ଗତ ସିଙ୍ଗାରୀ ଘାଟିରେ କଳମପୁର ଠାରୁ ଥୁଆମୂଳ ରାମପୁରକୁ ବାଲି ଆଣି ସେଠାରେ ଢାଳିଦେଇ ପୁଣି ଫେରି ଯାଉଥିବା ବେଳେ ଖାଲି ଟ୍ରାକ୍ଟର ଟି ଓଲଟି ପଡ଼ିଥିଲା ଫଳରେ କଲମପୁର ଥାନା ଅନ୍ତର୍ଗତ ପଣ୍ଡିଗାଁ ଜୋର୍ ପଡ଼ା ର ଡ୍ରାଇଭର ସଂଜୀବ ମାଝୀ (୪୫) ଟ୍ରାକ୍ଟର ତଳେ ଚାପି ହୋଇ ଜୀବନ ସହ ସଙ୍ଘର୍ଷ କରୁଥିଲେ l

ସେ ରାସ୍ତା ଦେଇ ଯାତାୟାତ କରୁଥିବା ଅନ୍ୟାନ୍ୟ ଲୋକ ମାନେ ସେଠାରୁ ତାଙ୍କୁ ଉଦ୍ଧାର କରି ଥୁଆମୂଳ ରାମପୁର ପୋଲିସକୁ ଖବର ଦେଇଥିଲେ l ଖବର ପାଇଁ ଘଟଣା ସ୍ଥଳରେ ଥାନା ଏଏସଆଇ ପ୍ରହଲ୍ଲାଦ ପାଣିଗ୍ରାହୀ ପହଞ୍ଚି ଗୁରୁତର ଆହତ ତାଙ୍କୁ ଗାଡ଼ି ଯୋଗେ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ପଠେଇ ଥିଲେ l ତେବେ ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ଆଖି ମୁଣ୍ଡରେ ଆଘାତ ହୋଇଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଡାକ୍ତର ଶକ୍ତି ସାଗର ସ୍ଥାନାନ୍ତର କରିଥିବା ସୂଚନା ମିଳିଛି l

Ad 13