ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କର ଆଜି ସରୁଛି କାର୍ଯ୍ୟକାଳ ।
ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କର ଆଜି କାର୍ଯ୍ୟକାଳ ସମାପ୍ତ ହେଉଛି । ବିଶେଷ କରି ସେ ତାଙ୍କର କଥା ଆଦେଶ କିମ୍ବା ନିଷ୍ପତ୍ତିରେ ଶୁଣାଇଥାନ୍ତି । ତାଙ୍କ କାର୍ଯ୍ୟକାଳରେ ସେ ଏଭଳି କିଛି ବୟାନ ଦେଇନାହାଁନ୍ତି, ଯାହାକୁ ନେଇ ବିବାଦ କି ଚର୍ଚ୍ଚା ହୋଇଛି । ମୁଖ୍ୟ ବିଚାରପତି ଖାନ୍ନାଙ୍କ ବ୍ୟକ୍ତିତ୍ୱ ତାଙ୍କ ପୂର୍ବବର୍ତ୍ତୀ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଚନ୍ଦ୍ରଚୂଡ଼ ଖୋଲାଖୋଲି ଭାବରେ ତାଙ୍କର ମତାମତ ପ୍ରକାଶ କରିଥିଲେ, ଯେତେବେଳେ ଖାନ୍ନା ଅଳ୍ପ କଥାର ବ୍ୟକ୍ତି ଥିଲେ। ୧୧ ନଭେମ୍ବର ୨୦୨୪ରେ ଭାରତର ମୁଖ୍ୟ ବିଚାରପତି ହୋଇଥିବା ଖାନ୍ନାଙ୍କର ମଧ୍ୟ କାର୍ଯ୍ୟକାଳ ମାତ୍ର ୬ ମାସ ଥିଲା, କିନ୍ତୁ ସେ ତାଙ୍କର ଦୃଢ଼ ନିଷ୍ପତ୍ତି ନେଇ ଏହାକୁ ପ୍ରଭାବଶାଳୀ ଏବଂ ସ୍ମରଣୀୟ କରିଥିଲେ। ସେ ନ୍ୟାୟିକ ଏବଂ ପ୍ରଶାସନିକ ସ୍ତରରେ ଏହି ନିଷ୍ପତ୍ତି ନେଇଥିଲେ। ଯେଭଳି ସମ୍ପତ୍ତି ତାଲିକା ଦେବାକୁ ବିଚାରପତିଙ୍କୁ ନିର୍ଦ୍ଦେଶ ଦେବା ଓ କ୍ୟାସକାଣ୍ଡରେ କଠୋର ନିଷ୍ପତ୍ତି ନେବା ଇତ୍ୟାଦି | ଆବୁଠାରୁ ବଡ କଥା ଯେ ୱାକଫ୍ ସଂଶୋଧନ ଆଇନକୁ ନେଇ ଚାଲିଥିବା ବିବାଦ ଉପରେ ସେ ରୋକ୍ ଲଗାଇଛନ୍ତି । ଆଇନର କିଛି ଧାରା ଉପରେ ସେ ଅନ୍ତରୀଣ ପ୍ରତିବନ୍ଧକ ଲଗାଇଥିଲେ । ଏହାପରେ କେନ୍ଦ୍ର ସରକାର କହିଥିଲେ କି, ଏବେ କୌଣସି ୱାକଫ୍ ସମ୍ପତ୍ତି ଉପରେ ଡିନୋଟିଫାଏ କରାଯିବ ନାହିଁ । ଏହାସହ ୱାକଫ୍ ବୋର୍ଡ ଓ ସେଣ୍ଟ୍ରାଲ ୱାକଫ୍ କାଉଁସିଲରେ କୌଣସି ନୂଆ ନିଯୁକ୍ତି ହୋଇପାରିବ ନାହିଁ ।