‘ସୁଭଦ୍ରା ୨ୟ କିସ୍ତିରେ ବାଦ୍ ପଡ଼ିଛନ୍ତି ୧ ଲକ୍ଷ ୮୩ ହଜାର ୭୮୫ ମହିଳା
ସୁଭଦ୍ରା ଯୋଜନା ନେଇ ଆଜି ଆଉ ଏକ ବୟାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରା ୨ୟ କିସ୍ତିରେ ବାଦ୍ ପଡ଼ିଛନ୍ତି ୧ ଲକ୍ଷ ୮୩ ହଜାର ୭୮୫ ମହିଳା ।ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ମୋଟ୍ କୋଟିଏ ୬୫ ହଜାର ୮୭୭ ହିତାଧିକାରୀଙ୍କୁ ପ୍ରଥମ କିସ୍ତିରେ ୫୦୩୨ କୋଟି ୯୩ ଲକ୍ଷ ୮୫ ହଜାର ଟଙ୍କା ପାଇଛନ୍ତି । ସେହିଭଳି ଦ୍ଵିତୀୟ କିସ୍ତି ପାଇଛନ୍ତି ୯୮ ଲକ୍ଷ ୮୨ ହଜାର ୦୯୨ ଜଣ ହିତାଧିକାରୀ ୪୯୪୧ କୋଟି ୦୪ ଲକ୍ଷ ୬୦ ହଜାର ଟଙ୍କା ପାଇଛନ୍ତି । ସମସ୍ତ ଯୋଗ୍ୟ ଆବେଦନକାରୀଙ୍କୁ ସୁଭଦ୍ରା ଯୋଜନାରେ ଆର୍ଥିକ ସହାୟତା ଦେବା ପାଇଁ ନିଷ୍ପତି ନେଇଛନ୍ତି ସରକାର ।