ହୋଇପରେ ବାରବାଟୀ ଷ୍ଟାଡିୟମରେ ହେବ ଆଇପିଏଲ ମ୍ୟାଚ!

କଟକ ବାଟବାଟୀ ଷ୍ଟାଡିମୟକୁ ମିଳିପାରେ ଚଳିତ ବର୍ଷ ଆଇପିଏଲ ମ୍ୟାଚ୍ । ବାରବାଟୀ ଷ୍ଟାଡିୟମରେ ଆପିଏଏଲ୍ ମ୍ୟାଚ୍ ଆୟୋଜନ ନେଇ ଖବର ସରବହାର ସଂସ୍ଥା ଏଏନଆଇ ସୂତ୍ରରୁ ଜଣାପଡ଼ିଛି । ବିଗତ ଦିନରେ ମଧ୍ୟ ଏଠାରେ ଆଇପିଏଲ ମ୍ୟାଚ ଆୟୋଜିତ ହୋଇଛି । ବାରବାଟୀ ଷ୍ଟାଡିୟମରେ ମୋଟ ୭ଟି ଆଇପିଏଲ ମ୍ୟାଚ ଖେଳାଯାଇଛି। ତେବେ ୨୦୧୪ରେ ଶେଷଥର ପାଇଁ ବାରବାଟୀ ଷ୍ଟାଡିୟମରେ ଆଇପିଏଲ ମ୍ୟାଚ ଖେଳାଯାଇଥିଲା । ଇଣ୍ଡିଆନ ପ୍ରିମିୟର ଲିଗ୍‌ର ପୂର୍ବତନ ଫ୍ରାଞ୍ଚାଇଜ ଡେକାନ ଚାର୍ଜର୍ସ, ପଞ୍ଜାବ କିଙ୍ଗ୍ସ ମଧ୍ୟ ବାରବାଟୀକୁ ନିଜର ହୋମ ଗ୍ରାଉଣ୍ଡ କରିଥିଲେ। ଏହା ପରେ ଦୀର୍ଘ ୧୦ ବର୍ଷ ବିତି ଯାଇଥିଲେ ମଧ୍ୟ ବାରବାଟୀକୁ ଗୋଟିଏ ହେଲେ ବି ଆଇପିଏଲ ମ୍ୟାଚ ମିଳିପାରିନାହିଁ ।

ତେବେ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ ମ୍ୟାଚ ଆୟୋଜନ ପାଇଁ ପ୍ରସ୍ତୁତ ନଥିବାରୁ ଦିଲ୍ଲୀର ପ୍ରଥମ କେତୋଟି ମ୍ୟାଚ୍ କଟକରେ କରିବାକୁ ଆୟୋଜକମାନେ ଚିନ୍ତା କରୁଛନ୍ତି । ମହିଳା ଆଇପିଏଲ ଫାଇନାଲର ଅଳ୍ପ କିଛି ଦିନ ପରେ ପୁରୁଷ ଆଇପିଏଲ ମ୍ୟାଚ୍ ଆରମ୍ଭ ହେଉଥିବାରୁ ଅରୁଣ ଜେଟଲି ଷ୍ଟାଡିୟମ ଏଥିପାଇଁ ପ୍ରସ୍ତୁତ ନଥିବ ବୋଲି ଏହାର ପରିଚାଳକ କହିଛନ୍ତି । ତେଣୁ ଦିଲ୍ଲୀ କ୍ୟାପିଟାଲ୍ସ ବିକଳ୍ପ ଭାବେ ପୁଣେ ଏବଂ ବାରବାଟୀରେ ମ୍ୟାଚ୍ ଖେଳିବା ପାଇଁ ବିଚାର କରୁଛି ।