ହ୍ବାଟ୍ସଆପରେ ମାଟ୍ରିକ ସାର୍ଟିଫିକେଟ୍ ପାଇବା ପାଇଁ ଫଲୋ କରନ୍ତୁ ଏହି ଷ୍ଟେପ୍
ସଦ୍ୟ ପ୍ରକାଶିତ ମାଟ୍ରିକ୍ ଫଳର ସାର୍ଟିଫିକେଟ୍ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ୱେବ୍ସାଇଟ୍ରେ ସୋମବାର ସନ୍ଧ୍ୟା ୭ଟାରୁ ଉପଲବ୍ଧ ହୋଇଛି। ୱେବ୍ସାଇଟ୍ରେ ୭ ଦିନ ଯାଏଁ ମାଗଣାରେ ଉପଲବ୍ଧ ରହିବ ମାଟ୍ରିକ ସାର୍ଟିଫିକେଟ୍। ପାସ୍ କରିଥିବା ପରୀକ୍ଷାର୍ଥୀମାନେ ସେମାନଙ୍କ ଡିଜିଟାଲ୍ ସାର୍ଟିଫିକେଟ୍ ଘରେ ବସି ମଧ୍ୟ ପାଇପାରିବେ। ହ୍ବାଟ୍ସଆପରେ ମେସେଜ କଲେ ଆସିଯିବ ସାର୍ଟିଫିକେଟ୍ ।
ଏନେଇ ବୋର୍ଡ ପକ୍ଷରୁ ଏକ ନମ୍ବର ମଧ୍ୟ ଜାରି କରାଯାଇଛି । 7710085192 ମେସେଜ କରି ଛାତ୍ରଛାତ୍ରୀମାନେ ଆରାମରେ ନିଜର ସାର୍ଟିଫିକେଟ ପାଇପାରିବେ । ତେବେ ଏହା ସମ୍ପୁର୍ଣ୍ଣ ଦେୟମୁକ୍ତ ।ପରୀକ୍ଷାର୍ଥୀମାନେ ୭ ଦିନ ମଧ୍ୟରେ ଏହି ଡିଜିଟାଲ୍ ସାର୍ଟିଫିକେଟ୍ ୱେବ୍ସାଇଟ୍ରୁ ଯେତେଥର ଡାଉନ୍ଲୋଡ୍ କଲେ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ୭ ଦିନ ପରେ ପ୍ରଥମ ଥର ଡାଉନ୍ଲୋଡ୍ କଲେ କୌଣସି ଦେୟ ଦେବାକୁ ପଡିବ ନାହିଁ। ମାତ୍ର ଏହାପରେ ଡାଉନ୍ଲୋଡ କଲେ ଥରକେ ୫୦୦ ଟଙ୍କା ଅନ୍ଲାଇନ୍ରେ ଦେବାକୁ ପଡିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ସୋପାନ- ପ୍ରଥମେ ହ୍ବାଟ୍ସଆପ୍ ନମ୍ବର ସେଭ୍ କରନ୍ତୁ |ଏହାପରେ ବିଏସଇ ଟାଇପ୍ କରନ୍ତୁ
ଏଏଚଏସସି, ଏସଓଏସସି ଓ ମଧ୍ୟମା ଚୟନ କରନ୍ତୁ । ଏହାପରେ 2025କୁ ସିଲେକ୍ଟ କରନ୍ତୁ ।ରୋଲ୍ ନମ୍ବର ଦେଇ ଜନ୍ମ ତାରିଖ ଦିଅନ୍ତୁ ।ଏହାପରେ ମୋବାଇଲ ନମ୍ବର ଦେବା ପାଇଁ ଏକ ଅପ୍ସନ ଆସିବ ଏଥିରେ ଏଣ୍ଟ୍ରି କଲା ପରେ ଏକ ଓଟିପି ଆସିବ ।ଓଟିପି ଦେବା ପରେ ଆସିଯିବ ଡିଜିଟାଲ ସାର୍ଟିଫିକେଟ ।