୧୫ରୁ ୨୦ ଦିନ ଭିତରେ ନୂଆ ଅବକାରୀ ନୀତି ଆସିବ।
୧୫ରୁ ୨୦ ଦିନ ଭିତରେ ନୂଆ ଅବକାରୀ ନୀତି ଆସିବ। ନୂଆ ଅବକାରୀ ନୀତି ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଯେଉଁଥିପାଇଁ ମାସେ ପୁରୁଣା ଅବକାରୀ ନୀତି ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ନୂଆ ଅବକାରୀ ନୀତି ଲାଗୁ ହେବ। ଏ ନେଇ ସୂଚନା ଦେଇଛନ୍ତି ଆଇନ୍ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଅନ୍ୟପଟେ ରାଜ୍ୟରେ ଆଇନଶୃଙ୍ଖଳା ପ୍ରସଙ୍ଗରେ ବିରୋଧୀ ବିଜେଡ଼ି ଓ କଂଗ୍ରେସର ଅଭିଯୋଗ ଉପରେ କଡ଼ା ଜବାବ ରଖିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କଂଗ୍ରେସ ଓ ବିଜେଡି ଦୁଇ ଭାଇ ହୋଇଯାଇଛନ୍ତି । ତେଣୁ ଦୁଇ ଭାଇ ହୋଇଗଲା ପରେ ଯାହା ସତ୍ୟ ଅବତାରଣା କଲେ ଭଲ ହୁଅନ୍ତା ।