୧୭ ଦିନିଆ ଚାରିଧାମ ଯାତ୍ରା ନିମନ୍ତେ ପୁରୀକୁ ଗଡ଼ିବ ଭାରତ ଗୌରବ ଟ୍ରେନ୍
ଭାରତ ଗୌରବ ଡିଲକ୍ସ ଟ୍ରେନରେ ଚାରିଧାମ ଯାତ୍ରା କରିବାର ମଜା ନେବେ ତୀର୍ଥଯାତ୍ରୀ। ୧୭ ଦିନିଆ ଚାରିଧାମ ଯାତ୍ରାରେ ଭାରତ ଗୌରବ ଡିଲକ୍ସ ଟ୍ରେନରେ ଯାତ୍ରା କରିବେ ତୀର୍ଥଯାତ୍ରୀ।ବିଶେଷ କରି ଭାରତରେ ୪ ଧାମ କହିଲେ ବଦ୍ରିନାଥ, ଜଗନ୍ନାଥ ପୁରୀ, ରାମେଶ୍ୱରମ ଏବଂ ଦ୍ୱାରକାକୁ ବୁଝାଇଥାଏ। ତେବେ ଦେଶର ଏହି ଚାରିଧାମକୁ ଟ୍ରେନରେ ଯାତ୍ରା କରିବା ପାଇଁ ଆଗେଇ ଆସିଛି ଭାରତୀୟ ରେଳ। ତେବେ ଚଳିତ ବର୍ଷ ୧୭ ଦିନିଆ ଚାରିଧାମ ଭାରତ ଗୌରବ ଡିଲକ୍ସ ଯାତ୍ରା, ମେ ମାସ ୨୭ ତାରିଖରେ ଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନରୁ ଆରମ୍ଭ ହେବ। ଏହା ଅଧୀନରେ ବଦ୍ରିନାଥ, ମାନାଗ୍ରାମ, ନରସିଂହ ମନ୍ଦିର, ଜୋଶିମଠ, ଋଷିକେଶ, ପୁରୀ ଜଗନ୍ନାଥ ମନ୍ଦିର, ପୁରୀ ବେଳାଭୂମି, କୋଣାର୍କ ସୂର୍ଯ୍ୟ ମନ୍ଦିର, ଚନ୍ଦ୍ରଭଗା ବିଚ୍, ରାମନାଥସ୍ୱାମୀ ମନ୍ଦିର ଏବଂ ଧନୁଶକୋଡି, ରାମେଶ୍ୱରମ୍ ଏବଂ ଦ୍ୱାରକାନାଥ, ସୋମନାଥ ଜ୍ୟୋତିର୍ଲିଙ୍ଗ ପରି ସ୍ଥାନଗୁଡିକ ପରିଭ୍ରମଣ କରିବାର ସୁଯୋଗ ପାଇବେ ତିର୍ଥଯାତ୍ରୀ। ଏହି ଯାତ୍ରାରେ ଯାଉଥିବା ଯାତ୍ରୀମାନଙ୍କୁ ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିର, ପୁଣେର ଭୀମାଶଙ୍କର ମନ୍ଦିର ଏବଂ ନାସିକର ତ୍ରୟମ୍ବକେଶ୍ୱର ଜ୍ୟୋତିର୍ଲିଙ୍ଗ ପରିଦର୍ଶନରେ ମଧ୍ୟ ସୁଯୋଗ ମିଳିବ।