୨ କି ୪ ଡ୍ରୋନ ନୁହେଁ, ପାକିସ୍ତାନ ମାଡ଼ କରିଛି ୫୦୦ ଡ୍ରୋନ

ଅପରେସନ ସିନ୍ଦୂପ ପରେ ବିଳିବିଳେଇ ଉଠିଛି ପାକିସ୍ତାନ। ଭାରତ ଉପରେ ଆକ୍ରମଣର ଦୁଃସାହସ କରିଛି। ଏହିକ୍ରମରେ ପାକିସ୍ତାନ ମେ ୮ ତାରିଖ ରାତିରେ ଭାରତର ଅନେକ ସହର ଉପରେ ଏକ ସଙ୍ଗେ ଡ୍ରୋନ ହମଲା କରିଥିଲା। ସେନା ସୂତ୍ରରୁ ପ୍ରକାଶ ଯେ, ରାତି ୮ଟାରୁ ୧୧ଟା ୩୦ ମଧ୍ୟରେ ୨୪ଟି ସ୍ଥାନକୁ ଟାର୍ଗେଟ୍ କରାଯାଇଥିଲା। ଭାରତ ଉପରେ ପାଖାପାଖି ୫୦୦ ଡ୍ରୋନ୍ ହମଲା କରିଛି ପାକିସ୍ତାନ ।ଜାମ୍ମୁ କାଶ୍ମୀର, ପଞ୍ଜାବ, ରାଜସ୍ଥାନ ଏବଂ ଗୁଜୁରାଟର ୨୪ ସହରକୁ ଟାର୍ଗେଟ୍ କରି ପାକିସ୍ତାନ ଡ୍ରୋନ୍ ହମଲା କରିବାକୁ ଉଦ୍ୟମ କରିଥିଲା । ଯାହାର କଡା ଜବାବ ଦିଆଯାଇ ସମସ୍ତ ଡ୍ରୋନକୁ ପ୍ରତିହତ କରିଛି ଭାରତ।ଏଥିପାଇଁ ଭାରତୀୟ ସେନା ଏଲ ୭୦, ଜେଡୟୁ-୨୩, ସିଲକା ଓ ଆକାଶ ସହିତ ବିଭିନ୍ନ ଆଣ୍ଟି-ମିସାଇଲ ସିଷ୍ଟମର ବ୍ୟବହାର କରିଛି।ସେନା ସୂତ୍ର ଅନୁଯାୟୀ, ପାକିସ୍ତାନ ପକ୍ଷରୁ ଅଧିକାଂଶ ସଶସ୍ତ୍ର ବିହୀନ ଡ୍ରୋନ ମାଡ଼ କରାଯିବାର ଉଦ୍ଦେଶ୍ୟ ନାଗରିକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବା କିମ୍ବା ଭାରତୀୟ ସାମରିକ କେନ୍ଦ୍ରର ଗୁଇନ୍ଦା ସୂଚନା ସଂଗ୍ରହ କରିବା ହୋଇପାରେ।

Ad 13