ବିଜେପିର ସକ୍ରିୟ ସଦସ୍ୟ ସମ୍ମିଳନୀ ଅନୁଷ୍ଠିତ ||(ବିଜୟ ମହାନ୍ତ )

କେନ୍ଦୁଝର: ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ବିଜେପି ପକ୍ଷରୁ ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁରୁମୁଙ୍ଗା କଲ୍ୟାଣୀ ମଣ୍ଡପରେ ଏକ ସକ୍ରିୟ ସଦସ୍ୟ ସମ୍ମିଳନୀର ଆୟୋଜନ କରିଥିଲା। ଏହି ସଭାରେ ବିଜେପି କେନ୍ଦୁଝର ଜିଲ୍ଲା ସଭାପତି ଶୁକଦେବ ମହାନ୍ତ, କେନ୍ଦୁଝର ସାଂସଦ ଅନନ୍ତ ନାୟକ ଓ ବିଧାୟକ ଅଖିଳ ଚନ୍ଦ୍ର ନାଏକ ଉପସ୍ଥିତ ଥିଲେ।

ସଭାରେ ଦଳର ସଂଗଠନ ଶକ୍ତି ବୃଦ୍ଧି, ଘରେ ଘରେ ବିଜେପି ଅଭିଯାନ, ଏବଂ ସରକାରୀ ଯୋଜନାଗୁଡିକୁ ଜନମାନସରେ ପ୍ରଚାର କରିବା ନେଇ ଚର୍ଚ୍ଚା ହେଲା। ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ଦଳର ଗ୍ରାମସ୍ତରୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ଏକତା ଓ ଶିସ୍ତାବଦ୍ଧ ଭାବେ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଜଣାଇଲେ।

ସାଂସଦ ଅନନ୍ତ ନାୟକ କେନ୍ଦ୍ର ସରକାରଙ୍କ ଓଡ଼ିଶା ପାଇଁ ଦିଆଯାଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା ବିଷୟରେ କର୍ମୀ ମାନଙ୍କୁ ଅବଗତ କରାଇଥିଲେ। ବିଧାୟକ ଅଖିଳ ଚନ୍ଦ୍ର ନାଏକ ପାଟଣା ନିର୍ବାଚନ ମଣ୍ଡଳୀର ଅଞ୍ଚଳରେ ବିଜେପିର ଲୋକପ୍ରିୟତା ବଢ଼ିଥିବା କଥା ଉଲ୍ଲେଖ କରି, ନିର୍ବାଚନରେ ବିଜୟ ସୁନିଶ୍ଚିତ କରିବା ପାଇଁ ସମସ୍ତଙ୍କୁ ଏକତାରେ ଥିବାକୁ ଅନୁରୋଧ କରିଥିଲେ।

ଏହି ସମ୍ମିଳନୀରେ ସମ୍ମିଳନୀରେ ହରିହର ମହାନ୍ତ ବିଜୟ ଲକ୍ଷ୍ମୀ ପାତ୍ର, ହେମରଞ୍ଜନ ବାରିକ, କମଳା କାନ୍ତ ସିଂହ, ଲକ୍ଷ୍ମ ମଣ କୁମାର ରାଉତ, ଦଶମତି ଚାତାର, ସୁଦର୍ଶନ ମହାନ୍ତ,ବିଜେପି ନେତା ରାଧାକାନ୍ତ ମହାନ୍ତ, ପାଟଣା ବିଧାୟକ ଙ୍କ ପ୍ରତିନିଧି କମଳା କାନ୍ତ ଦାସଙ୍କ ସହ ବିଭିନ୍ନ ବ୍ଲକ ଓ ପଞ୍ଚାୟତରୁ ଆସିଥିବା ଶତାଧିକ ସଦସ୍ୟମାନେ ଉପସ୍ଥିତ ରହି ଦଳପ୍ରତି ନିଷ୍ଠା ଓ ଉତ୍ସାହ ଦେଖାଇଥିଲେ।

Ad 13