UPI ସର୍ଭର ଡାଉନ; ପେମେଣ୍ଟ କରିପାରୁନାହାନ୍ତି ବ୍ୟବହାକାରୀ
UPI ସେବାରେ ଏକ ବଡ଼ ଯାନ୍ତ୍ରିକ ସମସ୍ୟା ଦେଖିବାକୁ ମିଳିଛି। ଫଳରେ ହଜାର ହଜାର ଉପଭୋକ୍ତା ପେମେଣ୍ଟ ଏବଂ ଟଙ୍କା ଟ୍ରାନ୍ସଫର ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିରେ GooglePay ଏବଂ PhonePe ମଧ୍ୟ ଅନ୍ତର୍ଭୁକ୍ତ ରହିଛି।। ସର୍ଭର ଡାଉନ ଯୋଗୁଁ ଅନଲାଇନ୍ ଲେଣଦେଣରେ ସମସ୍ୟା ଉପୁଜୁଛି । ବୁଧବାର ସଂଧ୍ୟାରୁ UPIରେ ଏହି ସମସ୍ୟା ଦେଖାଦେଇଛି । ଯାହା ଫଳରେ ଲୋକପ୍ରିୟ ପେମେଣ୍ଟ ଆପ୍ ଗୁଗଲ ପେ’, ଫୋନ ପେ’, ପେ-ଟିଏମ୍ ସହ ଅନ୍ୟ ଆପ୍ଲିକେସନରେ ଟ୍ରାଞ୍ଜାକ୍ସନ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି ।