ଅମର ପ୍ରୀତ୍‌ ସିଂହ ହେବେ ନୂଆ ବାୟୁସେନା ମୁଖ୍ୟ।

ଏୟାର ମାର୍ଶଲ ଅମର ପ୍ରୀତ୍ ଏବେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ସରକାର ଏୟାର ମାର୍ଶଲ ଅମରଙ୍କୁ ବାୟୁସେନାର ପରବର୍ତ୍ତୀ ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି।ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ବର୍ତ୍ତମାନ ବାୟୁସେନାର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିବା ଅମର ପ୍ରୀତ ସିଂ ପିଭିଏସଏମ,ଏଭିଏସଏମ ୩୦ ସେପ୍ଟେମ୍ବର ଅପରାହ୍ନରେ ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବେ।ଏୟାର ଚିଫ୍ ମାର୍ଶଲ ଚୌଧୁରୀ ସେପ୍ଟେମ୍ବର ୩୦ରେ ଅବସର ନେବେ।୧ ଫେବୃଆରୀ ୨୦୨୩ରେ ଏୟାର ମାର୍ଶଲ ଅମର ପ୍ରୀତ୍‌ ଭାରତୀୟ ବାୟୁସେନାର ୪୭ ତମ ଉପମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଭାରତୀୟ ବାୟୁସେନାରେ ତାଙ୍କର ଯାତ୍ରା ୧୯୮୪ରେ ଆରମ୍ଭ ହୋଇଥିଲା।ଏୟାର ମାର୍ଶଲ ଅମରପ୍ରିତ ସିଂହଙ୍କ ପାଖରେ ୫୦୦୦ରୁ ଅଧିକ ଘଣ୍ଟା ଉଡାଣ ଅନୁଭବ ରହିଛି । ୧୯୬୪ ମସିହା ଅକ୍ଟୋବର ୨୭ରେ ଜନ୍ମ ହୋଇଥିବା ଅମରପ୍ରିତ୍ ୨୦୨୩ ଫେବ୍ରୁଆରୀରୁ ଭାରତୀୟ ବାୟୁସେନାର ଉପମୁଖ୍ୟ ଭାବେ ସେବା ପ୍ରଦାନ କରୁଛନ୍ତି ।