ଅମୀର ଖାନ ବଢାଇଲେ ସହାୟତାର ହାତ
କିଛିଦିନ ତଳେ ହିମାଚଳପ୍ରଦେଶରେ ବାଦଲ ଫଟୋ ବର୍ଷା ହୋଇଥିଲା। ଫଳରେ ଭୂସ୍ଖଳନ ହୋଇ ବହୁ କୋଠା ଭାଙ୍ଗିଯାଇ ମାଟିରେ ମିଶିଯାଇଛି। ଏବେ ସେଠାରେ ବନ୍ୟା ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି ହୋଇଛି। ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେଠାକାର ଲୋକଙ୍କୁ ସହାୟତା ଯୋଗାଇଦେବାକୁ ଅନେକ ଲୋକ ହାତ ବଢ଼ାଉଥିବାବେଳେ ଏଥିରେ ଆମୀର ମଧ୍ୟ ସାମିଲ ହୋଇଛନ୍ତି।ଏହି ସମସ୍ତ କ୍ଷତି ହେତୁ ଅମୀର ବିପର୍ଯ୍ୟୟ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଦାନ କରିଛନ୍ତି।
ଅମୀର ଖାନଙ୍କ ଏହି ରାଶି ଦାନ ପରେ ମୁଖ୍ୟମନ୍ତ୍ରୀ ଠାକୁର ସୁଖବିନ୍ଦର ସିଂ ଅଭିନେତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ ଏହି ସହାୟତା ନିସନ୍ଦେହରେ ଲୋକଙ୍କ ରିଲିଫ ଏବଂ ଥଇଥାନ ଉଦ୍ୟମ ପାଇଁ, ଏହାର ଉଦ୍ଦେଶ୍ୟ ହେଉଛି ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ପରିବାରକୁ ଏଥିରୁ ବାହାର କରିବାରେ ସାହାଯ୍ୟ କରିବା। ଏଥିସହ ସେ କହିଛନ୍ତି ଯେ ଏହି ପାଣ୍ଠି ଅଭାବନୀୟ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଅତି ନ୍ୟାୟପୂର୍ଣ୍ଣ ଭାବରେ ବ୍ୟବହାର କରାଯିବ।