ଆମରି ଖାଁଙ୍କ ମୁଭି ‘୩ ଇଡିଅଟ୍ସ’ରେ ଅଭିନୟ କରିଥିବା ଅଭିନେତା ଅଖିଲ ମିଶ୍ରାଙ୍କର ପରଲୋକ 

ଅମୀର ଖାନଙ୍କ ଫିଲ୍ମ 3ଇଡିଅଟ୍ସରେ ଲାଇବ୍ରେରିଆନ୍ ଦୁବେଙ୍କ ଭୂମିକାରେ ଅଭିନୟ କରି ଅଭିନେତା ଅଖିଲ ମିଶ୍ରଙ୍କ ଦେହାନ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, କାମ କରୁଥିବା ସମୟରେ ବିଲଡିଂରୁ ଖସି ପଡ଼ିବା ପରେ ଅଭିନେତାଙ୍କର ମୃତ୍ୟୁ ହୋଇଥିଲା। ଅଖିଲ ମିଶ୍ରାଙ୍କ ଆକସ୍ମିକ ଦେହାନ୍ତ ଖବର ଇଣ୍ଡଷ୍ଟ୍ରିରେ ଦୁଃଖର ଲହରୀ ସୃଷ୍ଟି କରିଛି ଏବଂ ପ୍ରଶଂସକମାନେ ଏହି ଖବରକୁ ବିଶ୍ୱାସ କରିପାରୁ ନାହାଁନ୍ତି।

ଅଭିନେତା ହାଇଦ୍ରାବାଦରେ ଏକ ପ୍ରୋଜେକ୍ଟ ପାଇଁ ସୁଟିଂ କରୁଥିଲେ। ସେ ବାଲକୋନି ନିକଟରେ କାମ କରୁଥିବା ସମୟରେ ଏକ ଉଚ୍ଚ କୋଠାରୁ ଖସିପଡିଥିଲେ। ଅଖିଲଙ୍କ ପରିବାରରେ ତାଙ୍କ ପତ୍ନୀ ସୁଜେନ ବର୍ନର୍ଟ ଅଛନ୍ତି। ଯିଏକି ଜଣେ ଜର୍ମାନ ଅଭିନେତ୍ରୀ। ଯେତେବେଳେ ଅଖିଲ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ସେତେବେଳେ ସେ ହାଇଦ୍ରାବାଦରେ ଥିଲେ। ସେ କହିଛନ୍ତି ଯେ ମୋର ହୃଦୟ ଭାଙ୍ଗି ଯାଇଛି, ମୋ ଜୀବନ ସାଥୀ ଚାଲିଯାଇଛନ୍ତି।