ଆରପାରିରେ ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରି
କରୋନା ମହାମାରୀ ଯେତିକି ଦୁଃଖ ଦେଉଛି ସେତିକି ଦୁଃଖ ଲୋକପ୍ରିୟ କଳାକାର ଙ୍କ ମୃତ୍ୟ |ସଙ୍ଗୀତ ଜଗତ ପାଇଁ ଆଜି ଏକ ଦୁଃଖଦ ଖବର । କିଛି ଦିନ ତଳେ ଭାରତର କୋକିଳା କଣ୍ଠୀ ଲତା ମଙ୍ଗେସକରଙ୍କ ଦେହାନ୍ତ ହୋଇଥିଲା । ଯାହାର ଦୁଃଖ ଲୋକଙ୍କ ମନରୁ ଅପସରି ନଥିବା ବେଳେ ଏବେ ଆଉ ଜଣଙ୍କ ମୃତ୍ୟୁ ହୋଇଛି ।
ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ଦେହାନ୍ତ ହୋଇଛି । ମୁମ୍ବାଇ ସ୍ଥିତ ଏକ ହସ୍ପିଟାଲରେ ୬୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ତେବେ ଏଭଳି ଜଣେ ବିଶିଷ୍ଟ ସଙ୍ଗୀତକାରଙ୍କ ମୃତ୍ୟୁ ପରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି । ନେତା , ଅଭିନେତାଙ୍କ ସମେତ ଅନେକ ଲୋକ ନିଜ ନିଜର ଭାବନା ପ୍ରକାଶ କରିଛନ୍ତି ।