ଆଲିଆ-ରଣବୀରଙ୍କ ସମ୍ପର୍କରେ ଫାଟ ? ଏହି ଖବର ଉପରେ ମୁହଁ ଖୋଲିଲେ ଅଭିନେତ୍ରୀ

ନିକଟରେ ଆଲିଆ ଭଟ୍ଟ କରଣ ଜୋହରଙ୍କ ଶୋ କଫି ସହିତ କରଣ ୮ରେ ଅଂଶଗ୍ରହଣ କରିଥିଲେ। ଏହି ଶୋ’ରେ ଆଲିଆ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ବିଷୟରେ କହିଥିଲେ । ଏହି ଶୋ’ରେ ସେ ତାଙ୍କ ବିବାହିତ ଜୀବନ ବିଷୟରେ କହିଥିଲେ । ତାଙ୍କ ସହିତ ଏହି ଶୋକୁ ଆସିଥିଲେ ନଣନ୍ଦ କରୀନା କପୁର । ଦୀର୍ଘଦିନ ଧରି ଚର୍ଚ୍ଚା ହେଉଥିବା ସ୍ୱାମୀ ରଣବୀର କପୁର ଏବଂ ତାଙ୍କ ମଧ୍ୟରେ ଖରାପ ସମ୍ପର୍କକୁ ନେଇ ସେ ନିଜର ପ୍ରତିକ୍ରିୟା ରଖିଥିଲେ ।

କରଣ ଜୋହର ର଼୍ୟାପିଡ ଫାୟାର ରାଉଣ୍ଡରେ ଅଭିନେତ୍ରୀଙ୍କୁ ନିଜ ବିଷୟରେ ସବୁଠାରୁ ବଡ ଭୁଲ ଧାରଣା ବିଷୟରେ କହିବାକୁ କହିଥିଲେ। ଏହାର ଉତ୍ତରରେ ସେ କହିଛନ୍ତି- ଏହା ହେଉଛି ଇଣ୍ଟରନେଟର ଯୁଗ। କିଛି ଦିନ ମୁଁ ଫ୍ୟାଟ ସର୍ଜରୀ କରେ ଏବଂ କିଛି ଦିନ ମୋର ସ୍କିନ ଧଳା ହୋଇଯାଏ।ଆଲିଆ ଆହୁରି କହିଛନ୍ତି ଯେ ମୋତେ ଏସବୁ ପରକ୍ ପଡେନି ।ଏହା ସହିତ ଏ କଥା ମଧ୍ୟ କହିଛନ୍ତି ଯେ ରଣବୀର ଙ୍କ ସହିତ ମୋର ଦାମ୍ପତ୍ୟ ଜୀବନ ରେ କିଛି ଭୁଲ ବୁଝାବଣା ନେଇ ପାଟି ତୁଣ୍ଡ ହୁଏ କିନ୍ତୁ ଆମ ଭିତରେ ଭଲ ପାଇବା ଅଛି | ସେଭଳି ବଡ଼ ସମସ୍ୟା କିଛି ନାହିଁ | ତେଣୁ ସୋସିଆଲ ମିଡ଼ିଆ ରେ ଭାଇରଲ କଥା ଉପରେ ଧ୍ୟାନ ନଦେବା ଠିକ ଅଟେ |

ହେଲେ ରାହାଙ୍କୁ ନିଜ କୋଳରେ କିଏ ନେବ ସେନେଇ ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡା ହୋଇଥାଏ। ଏହା ଉପରେ କରୀନା କହିଛନ୍ତି ଯେ ‘ ଆଉ ଏକ ପିଲା କରିବାର ଏହା ଏକ ସଙ୍କେତ’। ଏହା ବ୍ୟତୀତ ଶୋ’ରେ ଆଲିଆ ମଧ୍ୟ ରଣବୀରଙ୍କୁ ଇଣ୍ଟରନେଟରେ ଟକ୍ସିକ ହଜବ୍ୟାଣ୍ଡ ବୋଲି କହିବା ଉପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏଭଳି ଅନେକ କ୍ଲିପ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି।