ଏଥର ଭକ୍ତଙ୍କୁ ନେଇ ହୋଇପାରେ ରଥ ଯାତ୍ରା 2022

ଚଳିତବର୍ଷ ରଥଯାତ୍ରାରେ ସାମିଲ ହେବେ ଭକ୍ତ, କରୋନା ସଂକ୍ରମଣ ଯଦି ହ୍ରାସ ପାଏ |ଦୁଇବର୍ଷ ପରେ ଭକ୍ତଙ୍କୁ ମିଳିବ ମହାପ୍ରଭୁଙ୍କ ରଥଯାତ୍ରାର ପ୍ରତ୍ୟକ୍ଷ ଦର୍ଶନ। ସେତେବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର କହିଛନ୍ତି । ଶନିବାର ସେ କହିଲେ ଅକ୍ଷୟ ତୃତୀୟାଠାରୁ ରଥ ନିର୍ମାଣ ଆରମ୍ଭ ହେବ । ରଥ ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ।

ଚଳିତବର୍ଷ ଭକ୍ତଙ୍କୁ ନେଇ ରଥଯାତ୍ରା ହେବ କି ବୋଲି ପଚାରିବାରୁ ସେ କହିଲେ କରୋନା ସଂକ୍ରମଣ ଯୋଗୁଁ ୨ବର୍ଷ ଧରି ବିନାଭକ୍ତରେ ରଥଯାତ୍ରା ହେଉଛି । ମହାପ୍ରଭୁଙ୍କ ଇଚ୍ଛାହେଲେ ଚଳିତବର୍ଷ କରୋ‌ନା ସରିଯିବା ସହ ଭଲରେ ରଥଯାତ୍ରା ହୋଇପାରିବ । ଭକ୍ତମାନେ ମହାପ୍ରଭୁଙ୍କ ରଥଯାତ୍ରା ଦର୍ଶନ କରିବାର ସୁଯୋଗ ପାଇବେ। ଆଗାମୀ ୧୭ତାରିଖ ଦିନ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରାଯାଇ କଟକଣା କୋହଳ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।