କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଲେ ଆଦିବାସୀ ଯୁବ ଉଦ୍ୟୋଗୀ ରାଜେନ୍ଦ୍ର ମାଝୀ

ଥୁଆମୂଳ ରାମପୁର,୨୦/୦୧-(ଦୁର୍ଗା କୀର୍ତ୍ତି):- ଅଧିବାସୀ ଅଧ୍ୟୁଷିତ ବାନପହଡ ଘେରା ଦୁର୍ଗମ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଧିନସ୍ଥ ବଡ଼ଛତ୍ରଙ୍ଗ ଗ୍ରାମର ସ୍ବର୍ଗତ ଭଗବାନ ମାଝୀଙ୍କ ସୁଯୋଗ୍ୟ ସନ୍ତାନ ରାଜେନ୍ଦ୍ର ମାଝୀ ଜଣେ ସଫଳ ଉଦ୍ୟୋଗୀ ଭାବେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇ ଥିବା ରାଜ୍ୟ ସ୍ତରୀୟ ଆଦିବାସୀ ମେଳା ୨୦୨୫ରେ ଶ୍ରେଷ୍ଠ ସଫଳ ଯୁବ ଉଦ୍ୟୋଗୀ ଭାବେ ଓଡିଶା ର କ୍ୟାବିନେଟ ମନ୍ତ୍ରୀ ତଥା (ବିଦ୍ୟାଳୟ ଓ ଗଣଶିକ୍ଷl, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ସଶକ୍ତିକରଣ) ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଦ୍ୱାରା ପ୍ରଶଂସା ପତ୍ର ସହ ଉପ ଢୋକନ ପାଇଁ ସମ୍ମାନିତ ହୋଇଛନ୍ତି l ଶ୍ରୀ ମାଝୀ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପ୍ରକଳ୍ପ ୨୦୨୩-୨୪ ବର୍ଷ ରେ ୧ଲକ୍ଷ୍ୟ ଟଙ୍କା ସହାୟତାରେ ନିଜ ଗ୍ରାମରେ ଡି.ଟି.ପି. ଜେରକ୍ସ ପ୍ରିଣ୍ଟର ସର୍ଭିସ ସେଣ୍ଟର ଆରମ୍ଭ କରିଥିଲେ l ନିଜର ଦୃଢ଼ ଇଚ୍ଛା ଶକ୍ତି, କର୍ତବ୍ୟ ନିଷ୍ଠା ଅକ୍ଲାନ୍ତ ଉଦ୍ୟମ ଦ୍ୱାରା ଉଦ୍ୟୋଗ ଖୁବ କମ ଦିନରେ ସଫଳତାର ଶୀର୍ଷ ପହଞ୍ଚି ପାରିଛନ୍ତି l ସାରା ଓଡିଶାରେ ଜଣେ ସଫଳ ଆଦର୍ଶ ଉଦ୍ୟୋଗୀ ଭାବେ ପରିଚିତ ପାଇ ପାରିଛନ୍ତି l

ତାଙ୍କର ଏହି କୁର୍ତ୍ତିତ ପାଇ ଜନଜାତି ଜୀବିକା ମିଶନ, ସମ୍ବନିତ ଆଦିବାସୀ ଉନ୍ନୟନ ସଂସ୍ଥା କଳାହାଣ୍ଡି ଏବଂ ଜିଲ୍ଲାର ଜନସାଧାରଣଙ୍କ ଠାରୁ ଆରମ୍ଭକରି ବିଭିନ୍ନ ବୁଦ୍ଧିଯିବି ମହଲ ରେ ପ୍ରଶଂସା ଓ ଶୁଭେଚ୍ଛାର ସ୍ୱ ଛୁଟୁଥିବା ବେଳେ ଆଗାମୀ ଦିନ ମାନଙ୍କରେ ଯୋଦି ଆହୁରି ଯୁବ ପିଢ଼ି କିମ୍ବା କ୍ଷୁଦ୍ର ବ୍ୟବସାୟୀ ବା ଯୁବ ଉଦ୍ୟୋଗୀ ମାନଙ୍କୁ ସରକାରଙ୍କ ପକ୍ଷରୁ ସାହାଯ୍ୟ ସହଯୋଗ କରାଯାଏ ତେବେ ସେମାନେ ମଧ୍ୟ ଜଣେ ଜଣେ ଆଦର୍ଶ ଉଦ୍ୟୋଗୀ ହେବା ସଙ୍ଗେ ସଙ୍ଗେ ନିଜ ପରିବାର , ଗାଁ , ଅଞ୍ଚଳର ଲୋକଙ୍କୁ ସ୍ବାବଲମ୍ବୀ କରାଇ ପାରିବେ ବୋଲି ପ୍ରକାଶ କରିବା ସହ ସମ୍ବନିତ ଆଦିବାସୀ ଉନ୍ନୟନ ସଂସ୍ଥାଙ୍କୁ ଗଣମାଧ୍ୟମର ମାଧ୍ୟମରେ ଶ୍ରୀ ମାଝୀ ଧନ୍ୟବାଦ ଜଣାଇଛନ୍ତି l