କାଲି ବାବା ଭୈରବ ଦେବଙ୍କ ପ୍ରସିଦ୍ଧ ଝାମୁଯାତ୍ରା lରାସ୍ତାର ଅବସ୍ଥା ଶୋଚନୀୟ l
ଥୁଆମୁଳ ରାମପୁର,୨୧/୦୯-(ଦୁର୍ଗା କୀର୍ତ୍ତି):- ବାବା ଭୈରବ ଦେବଙ୍କ ଝାମୁଯାତ୍ରା ନେଇ ପୁରପଲ୍ଲୀରେ ମୁଖରିତ ହୋଇ ଉଠିଛି। ଭକ୍ତଙ୍କ ସହିତ ହଜାର ହଜାର ଜନସମାଗମ ହେବାକୁ ଯାଉଛି ଏହିପରିପ୍ରେକ୍ଷୀରେ ରାସ୍ତାଘାଟ ଏବେ ଶୋଚନୀୟ ଅବସ୍ଥାରେ ରହିଅଛି। ସ୍ଥାନେ ସ୍ଥାନେ ଖାଲଖମାର ସୃଷ୍ଟି ହୋଇ ପାଦପାଦକୁ ବିପଦ ସୃଷ୍ଟି କରୁଅଛି ଯାହାଫଳରେ ପଥଚାରୀ ବିଶେଷ ଭାବରେ ପ୍ରଭାବିତ ହେଉଥିବା ଦେଖାଦେଇଛି। ଠିକା ସଂସ୍ଥାର ଭାରିଯାନ ଚଳପ୍ରଚଳ ଯୋଗୁଁ ରାସ୍ତା ଆହୁରି ଶୋଚନୀୟ ହୋଇପଡିଥିବା ସଙ୍ଗେ ସ୍ଥାନେ ସ୍ଥାନେ ଅଳିଆ ଆବର୍ଜନା ଭରପୁର ହୋଇପଡିଛି ଏହାଫଳରେ ଦୁର୍ଗନ୍ଧମଳ ପରିବେଶ ସୃଷ୍ଟି କରୁଅଛି l ଏହି ଅବସ୍ଥାରେ ଆସନ୍ତା ୨୩ ତାରିଖରେ ବାବା ଅଂଗ୍ନି ଭୈରବ ଦେବଙ୍କ ପ୍ରସିଦ୍ଧ ଝାମୁଯାତ୍ରା ହଜାର ହଜାର ଲୋକଙ୍କ ସମାଗମ ରେ ଯାତ୍ରା ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ମୁଖ୍ଯାଳୟ ପୋଖରୀ ଛକ ଠାରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନ୍ଧାର ହିଁ ଅନ୍ଧାର ରହୁଅଛି।

ପୂର୍ବରୁ ଷ୍ଟ୍ରିଟ୍ ଲାଇଟ୍ ସଂଯୋଗ ହୋଇଥିଲା କିନ୍ତୁ ଦୁର୍ଭାଗ୍ୟ ଜନକ ବିଷୟ ଏବେ ଆଉ ସେହି ଷ୍ଟ୍ରିଟ୍ ଲାଇ ଅଚଳ ହେବା ଫଳରେ ଅନ୍ଧାର ରହୁଅଛି। ମାଁ ମାଣିକେଶ୍ବରୀ ପୂଜା କମିଟି ପକ୍ଷରୁ ଝାମୁଯାତ୍ରା ଆୟୋଜନ ହେଉଅଛି ତେବେ ଲୋକେ ଏହି ଅନ୍ଧାର ରାତିରେ କି ଭଳି ଭାବରେ ଥୁଆମୁଳ ରାମପୁର ମୂଖ୍ଯାଳୟ କୁ ରାତିରେ ଯାତ୍ରା ଦେଖିବା ପାଇଁ ଦର୍ଶକ ମାନେ ଯିବେ ସେତେବେଳେ ରାସ୍ତାରେ ଲାଇଟିର ଅଭାବ ରହିଛି ଅନ୍ଧାର ରାତିରେ ଲୋକଙ୍କ ସମାଗମ ହେବ ଏହି ସମୟରେ ଯଦି ବା କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଅଛି। ସେନେଇ ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି କରୁଥିବା ଜଣାପଡିଛି। ଥୁଆମୁଳ ରାମପୁର ମୂଖ୍ଯାଳୟ ହୋଇ ସୁଦ୍ଧା ଏବେ ଦୀପତଳ ଅନ୍ଧାର ଭଳି ପରିସ୍ଥିତି ସୃଷ୍ଟି କରିଛି। ଏହାକୁ ନେଇ କୌଣସି ବୁଦ୍ଧିଜୀବୀ କିମ୍ବା ରାଜନେତାଙ୍କ ଚିନ୍ତା କରୁନଥିବା ଅତି ଦୁଃଭାଗ୍ଯ ଜନକ ବିଷୟ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।